ଦିନରେ ପାଗଳ ବେଶରେ କରୁଥିଲା ରେକି, ରାତିରେ କରୁଥିଲା ଚୋରି। ଭୁବନେଶ୍ୱର ଭରତପୁର ଅଞ୍ଚଳରୁ ବାଇକ୍ ଲୁଟେରାକୁ ଧରିଲା ପୋଲିସ।

ଦିନରେ ପାଗଳ ବେଶରେ କରୁଥିଲା ରେକି, ରାତିରେ କରୁଥିଲା ଚୋରି। ଭୁବନେଶ୍ୱର ଭରତପୁର ଅଞ୍ଚଳରୁ ବାଇକ୍ ଲୁଟେରାକୁ ଧରିଲା ପୋଲିସ।

କନକ ବ୍ୟୁରୋ: ଶଙ୍କରର ସୈତାନ ବୁଦ୍ଧି । ଦିନରେ ପାଗଳ ଭଳି ରେକି କରୁଥିଲା । ଆଉ ରାତିରେ ଗେଟ୍ ବାହାରୁ ତାଲା ଭାଙ୍ଗି ବାଇକ୍ ଚୋରି କରୁଥିଲା । ଭରତପୁର ପୋଲିସ ଜାଲରେ ଏଭଳି ଏକ ବାଇକ ଲୁଟେରା ଧରାପଡ଼ିଛି । ଯାହାର ନାଁ ଶଙ୍କର ବେହେରା । ଘର ଗଂଜାମ ଜିଲ୍ଲାର ବଡ଼ଗଡ଼ରେ । ବରମୁଣ୍ଡା ରୁଚିକା ମାର୍କେଟରେ ସେ ପାଗଳ ଭଳି ଏଣେତେଣେ ବୁଲାବୁଲି କରୁଥିବା ସ୍ଥାନୀୟ ଲୋକେ କହିଛନ୍ତି । ଅଭିଯୁକ୍ତ ଠାରୁ ୭ଟି ଗାଡ଼ି ଜବତ କରିଛି ପୋଲିସ ।

ମାଷ୍ଟର ‘କି’ ସହାୟତାରେ ଯେକୌଣସି ଗାଡ଼ିକୁ ଖୋଲି ଛୁ ମାରୁଥିଲା ଶଙ୍କର । ଗାଡ଼ିକୁ ଚୋରି କରିବା ପରେ ତାର ଇଞ୍ଜିନକୁ ଚିଲିକାରେ ବିକ୍ରି କରୁଥିଲା । ତେବେ ଏହି ୭ଟି ଗାଡ଼ି ନା ଆଉ ଅଧିକ ଗାଡ଼ି ଚୋରି କେସରେ ତାର ସମ୍ପୃକ୍ତି ରହିଛି ସେନେଇ ଖୋଳତାଡ ଜାରି ରହିଥିବା କହିଛନ୍ତି ଭରତପୁର ଥାନା ଅଧିକାରୀା

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe