କନକ ବ୍ୟୁରୋ: ଶଙ୍କରର ସୈତାନ ବୁଦ୍ଧି । ଦିନରେ ପାଗଳ ଭଳି ରେକି କରୁଥିଲା । ଆଉ ରାତିରେ ଗେଟ୍ ବାହାରୁ ତାଲା ଭାଙ୍ଗି ବାଇକ୍ ଚୋରି କରୁଥିଲା । ଭରତପୁର ପୋଲିସ ଜାଲରେ ଏଭଳି ଏକ ବାଇକ ଲୁଟେରା ଧରାପଡ଼ିଛି । ଯାହାର ନାଁ ଶଙ୍କର ବେହେରା । ଘର ଗଂଜାମ ଜିଲ୍ଲାର ବଡ଼ଗଡ଼ରେ । ବରମୁଣ୍ଡା ରୁଚିକା ମାର୍କେଟରେ ସେ ପାଗଳ ଭଳି ଏଣେତେଣେ ବୁଲାବୁଲି କରୁଥିବା ସ୍ଥାନୀୟ ଲୋକେ କହିଛନ୍ତି । ଅଭିଯୁକ୍ତ ଠାରୁ ୭ଟି ଗାଡ଼ି ଜବତ କରିଛି ପୋଲିସ ।

Advertisment

ମାଷ୍ଟର ‘କି’ ସହାୟତାରେ ଯେକୌଣସି ଗାଡ଼ିକୁ ଖୋଲି ଛୁ ମାରୁଥିଲା ଶଙ୍କର । ଗାଡ଼ିକୁ ଚୋରି କରିବା ପରେ ତାର ଇଞ୍ଜିନକୁ ଚିଲିକାରେ ବିକ୍ରି କରୁଥିଲା । ତେବେ ଏହି ୭ଟି ଗାଡ଼ି ନା ଆଉ ଅଧିକ ଗାଡ଼ି ଚୋରି କେସରେ ତାର ସମ୍ପୃକ୍ତି ରହିଛି ସେନେଇ ଖୋଳତାଡ ଜାରି ରହିଥିବା କହିଛନ୍ତି ଭରତପୁର ଥାନା ଅଧିକାରୀା