ପ୍ରଧାନମନ୍ତ୍ରୀଙ୍କ ଉପହାର ନିଲାମରେ ସାମିଲ ହେଲା ଟୋକିଓ ଅଲିମ୍ପିକ୍ସ ପଦକ ବିଜେତାଙ୍କ କିଟ୍, ଜାଣନ୍ତୁ କାହା କିଟ କେତେ ଦାମ

77

କନକ ବ୍ୟୁରୋ : ୨୦୨୦ ଟୋକିଓ ଅଲିମ୍ପିକ୍ସରେ ଭାରତ ଅନ୍ୟ ବର୍ଷ ତୁଳନାରେ ରେକର୍ଡ ସଂଖ୍ୟକ ପଦକ ବିଜୟୀ ହେବାରେ ସଫଳ ହୋଇଛି । ଏନେଇ ପ୍ରଧାନମନ୍ତ୍ରୀ ସେମାନଙ୍କ ସହ ଫୋନରେ କଥା ହେବା ପରେ ପୁଣି ସେମାନଙ୍କୁ ଏକ ନୈଶ୍ୟ ଭୋଜିକୁ ଡାକି ସେମାନଙ୍କ ସହ ସିଧା ସଳଖ ଆଲୋଚନା କରିଥିଲେ । ଏହି ଅବସରରେ କିଛି ପଦକ ବିଜେତା ମୋଦୀଙ୍କୁ ସେମାନଙ୍କର ଖେଳ କିଟ୍ ଉପହାର ଆକାରରେ ପ୍ରଦାନ କରିଥିଲେ । ଆଜି ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ୨ ବର୍ଷ ମଧ୍ୟରେ ମିଳିଥିବା ଉପହାରଗୁଡିକର ଇ-ନଲାମୀ ଚାଲିଛି । ଏହି କ୍ରମରେ ବି ଅଲିମ୍ପିକ୍ସ ଓ ପାରାଲିମ୍ପିକ୍ସରେ ଭାରତ ପାଇଁ ପଦକ ଆଣିଥିବା କିଛି ଖେଳାଳୀଙ୍କ ପ୍ଲେ କିଟ୍ ସାମିଲ କରାଯାଇଛି ।

ସଂସ୍କୃତି ମନ୍ତ୍ରଣାଳୟର ସୂଚନା ମୁତାବକ ଏହି ଇ-ନିଲାମୀ ପ୍ରକ୍ରିୟ ଅକ୍ଟୋବର ୭ ତାରିଖ ପର୍ଯ୍ୟନ୍ତ ଚାଲିବ । ହେଲେ ସବୁଠାରୁ ବଡକଥା ଯେ ଚଳିତ ବର୍ଷ କିଛି ଖେଳାଳୀଙ୍କ ପ୍ଲେ କିଟ ୧୦ କୋଟି ଟଙ୍କା ଦେଇ କିଣିବାକୁ ଲୋକମାନେ ଆଗ୍ରହ ପ୍ରକାଶ କରିଛନ୍ତି । ସେମାନଙ୍କ ମଧ୍ୟରେ ରହିଛି ଚଦଲବଦା ଅନନ୍ଧା ସୁନ୍ଦରରମନ ଭବାନୀ ଦେବୀଙ୍କ ଫେନସିଂଗ, ପାରାଲିମ୍ପିକ୍ସ ବ୍ୟାଡମିଣ୍ଟନରେ ସ୍ୱର୍ଣ୍ଣ ପଦକ ବିଜେପିା କୃଷ୍ଣ ନାଗରଙ୍କ ରାକେଟ, ରୋପ୍ୟ ପଦକ ବିଜେତା ସୁହାସ ଏଲବାଇଙ୍କ ରାକେଟ ।

ସେହିଭଳି ବ୍ରୋଞ୍ଜ ମେଡାଲ ବିଜେତା କୁସ୍ତି ଯୋଦ୍ଧା ଲବଲୀନାଙ୍କ ଗ୍ଲୋବସ ୧ କୋଟି ୮୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଡାକ ହୋଇଥିବା ବେଳେ ସ୍ୱର୍ଣ୍ଣ ପଦକ ବିଜେତା ନୀରଜ ଚୋପ୍ରାଙ୍କ ଜାଭଲିନ ୧ କୋଟି ୨୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଡାକ ହୋଇଛି । ସେହିଭଳି ଟୋକିଓ ପାରା ଅଲିମ୍ପିକ୍ସରେ ସ୍ୱର୍ଣ୍ଣ ପଦକ ବିଜେତା ସୁମିତ ଏଣ୍ଟିଲଙ୍କ ଜାଭଲିନ ୧ କୋଟି ପର୍ଯ୍ୟନ୍ତ ଡାକ ଯାଇଥିବା ବେଳେ ଟୋକିଓ ଅଲିମ୍ପିକ୍ସରେ ଭାଗ ନେଇଥିବା ଖେଳାଳୀଙ୍କ ଅଟୋଗ୍ରାଫର ଏକ ଫ୍ରେମ ୧ କୋଟି ଟଙ୍କା ପର୍ଯ୍ୟନ୍ତ ଡାକ ହୋଇଛି ।

ଅନ୍ୟପଟେ ଭାରତୀୟ ମହିଳା ହକି ଟିମର ରକ୍ଷକ ବ୍ରାଣ୍ଡ ହକିଷ୍ଟିକକୁ ଲୋକେ ୧ କୋଟି ଟଙ୍କାରେ ନେବା ପାଇଁ ଆଗ୍ରହ ପ୍ରକାଶ କରିଛନ୍ତି । ଏହି ନିଲାମୀରେ ବି ଟୋକିଓ ଅଲିମ୍ପିକ୍ସରେ ଭାଗ ନେଇଥିବା ଖେଳାଳୀଙ୍କ ଜର୍ସିକୁ ନିଲାମ କରାଯାଉଛି । ଏହି ଅଙ୍ଗବସ୍ତ୍ର ୯୮ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଦେଇ କିଣିବାକୁ ଲୋକମାନେ ଡାକ ଦେଇଛନ୍ତି ।