ବଳଙ୍ଗା ଥାନାରେ ଥିଲା ଡିନାମାଇଟ୍ ବିସ୍ଫୋରକ : ପୂର୍ବରୁ ଜବତ ବିସ୍ଫୋରକକୁ ମାଲଖାନାରେ ରଖିଥିଲା ପୋଲିସ

କରାଯାଇନଥିଲା ନିଷ୍କ୍ରିୟ, ଡିନାମାଇଟ୍ ବିସ୍ଫୋରଣରେ ଥାନା ଉଡି ଯାଇଥିବା ସୂଚନା

128

କନକ ବ୍ୟୁରୋ : ପିପିଲିର ବଳଙ୍ଗା ଥାନାରେ ବିସ୍ଫୋରଣ ଘଟଣାରେ ନୂଆ ନୂଆ ତଥ୍ୟ ସାମ୍ନାକୁ ଆସୁଛି । ବିଶ୍ୱସ୍ତ ସୁତ୍ରରୁ ମିଳିଥିବା ସୂଚନା ଅନୁସାରେ, ଥାନାରେ ଥିଲା ଡିନାମାଇଟ । ଜବତ ଡିନାମାଇଟକୁ ବଳଙ୍ଗା ଥାନାର ମାଲଖାନାରେ ରଖାଯାଇଥିଲା । ଆଉ ଏହି ଡିନାମାଇଟ ବିସ୍ଫୋରଣରେ ଥାନା ଉଡିଯାଇଥିବା ଅନୁମାନ କରାଯାଉଛି । ସଧାରଣତଃ, ପାହାଡ ଫଟାଇବା ପାଇଁ ଶକ୍ତିଶାଳୀ ଡିନାମାଇଟ ବ୍ୟବହାର ହୋଇଥାଏ ।

ସୋମବାର ରାତିରେ ଏହି ବିସ୍ଫୋରଣ ହୋଇଥିଲା । ଥାନାର ଛାତ ଉଡିବା ସହ କାନ୍ଥ ଭୁଷୁଡି ପଡିଛି । ଆଇଆଇସିଙ୍କ ଦପ୍ତର , ମାଲଖାନା ଓ ହାଜତ ସହ ପ୍ରାୟ ସମସ୍ତ ପ୍ରକୋଷ୍ଠ ଏକପ୍ରକାର ନଷ୍ଟ ହୋଇଯାଇଛି । ବିସ୍ଫୋରଣର କାରଣ ଖୋଜିବା ପାଇଁ ଘଟଣାସ୍ଥଳରେ ଅନୁସନ୍ଧାନ କରିଥିଲେ ବରିଷ୍ଠ ପୁଲିସ ଅଧିକାରୀ ଓ ସାଇଟିଂଫିକ୍ ଟିମ୍ । ରାତି ଅଧରେ ବଳଙ୍ଗା ଥାନା ଭିତରେ ଅଚାନକ ଏମିତି ବିସ୍ଫୋରଣ ଘଟିବା ପରେ ସମଗ୍ର ଅଂଚଳ ଥରି ଉଠିଥିଲା ।
ଆଇଆଇସିଙ୍କ ଦପ୍ତର , ମାଲଖାନା ଓ ହାଜତ ସହ ପ୍ରାୟ ସମସ୍ତ ପ୍ରକୋଷ୍ଠ ଏକପ୍ରକାର ନଷ୍ଟ ହୋଇଯାଇଛି । ବିସ୍ଫୋରଣର କାରଣ ଖୋଜିବା ପାଇଁ ଘଟଣାସ୍ଥଳରେ ଅନୁସନ୍ଧାନ କରିଥିଲେ ବରିଷ୍ଠ ପୁଲିସ ଅଧିକାରୀ ଓ ସାଇଟିଂଫିକ୍ ଟିମ୍ ।