ଭୁବନେଶ୍ବର ସମ୍ ହସ୍ପିଟାଲ ଛକରେ ଖୋଲିଲା ଡାଇନାମିକ ଜିମର ଦ୍ବିତୀୟ ଷ୍ଟୋର

69

କନକ ବ୍ୟୁରୋ: ଜୟଦେବ ବିହାର ଠାରେ ଥିବା ପ୍ରଥମ ଷ୍ଟୋରର ସଫଳତା ପରେ ସମ୍ ହସ୍ପିଟାଲ ଛକରେ ଡାଇନାମିକ ଜିମ୍ ତା’ର ଦ୍ଵିତୀୟ ଷ୍ଟୋରର ଶୁଭ ଉଦଘାଟନ କରିଛି । ଏହି ଜିମକୁ ଜଟଣୀର ବିଧାୟକ ଶ୍ରୀଯୁକ୍ତ ସୁରେଶ ରାଉତରାୟ ଉଦଘାଟନ କରିଥିଲେ । ପ୍ରାୟ ୬୦୦୦ ବର୍ଗଫୁଟର ଏହି ଜିମରେ ନାମୀ ଦାମୀ ବିଦେଶୀ ଆଧୁନିକ ଯନ୍ତ୍ରପାତି ରହିଛି । ଶରୀର ଫିଟ ତ, ସବୁ ଫିଟ୍ ସେଥିପାଇଁ ଦୁଇ ଜଣ ବନ୍ଧୁ ଡେୟାରିଂ ଅମିନ ଏବଂ ଶିବାଙ୍ଗୀ ସିଂ ମିଶି ଜିମ୍ ମାଧ୍ୟମରେ ଲୋକଙ୍କ ଶରୀରକୁ ସୁସ୍ଥ ରଖିବାକୁ ଚିନ୍ତାକଲେ । ଆଜିର ଏହି ମଡର୍ଣ୍ଣ ଯୁଗରେ ଲୋକ ମାନେ ସୁନ୍ଦର ସହିତ ଫିଟ ରହିବାକୁ ଇଚ୍ଛା କରୁଥିବା ବେଳେ ଜିମ ହେଉଛି ଏକ ମାଧ୍ୟମ ଯାହାକୁ ଆଧାର କରି ନିଜ ଶରୀର ଅନୁସାରେ ଭଲ ଟ୍ରେନର ସାହାଯ୍ୟ ନେଇପାରିବେ । ଏଠାରେ ଲେଡିଜ ଟ୍ରେନର ମଧ୍ୟ ରହିଛନ୍ତି ।ଜୁମ୍ବା, ଏରୋବିକ ସାହାଯ୍ୟରେ ନିଜର ଶରୀରକୁ ସନ୍ତୁଳନ ରଖନ୍ତୁ ବୋଲି ଆଜି ମାଲିକ ଦୁଇ ବନ୍ଧୁ ଗ୍ରାହକ ମାନଙ୍କୁ ବିଭିନ୍ନ ଗଣମାଧ୍ୟମ ଜରିଆରେ ସୂଚନା ଦେଇଥିଲେ । ରାଜଧାନୀ ରେ ଥିବା ସମସ୍ତ ଜିମଠାରୁ ସବୁ ଗୁଣରେ ଅଧିକ ସୁବିଧା ଏହି ଡାଇନାମିକ ଜିମରେ ରହିଛି । ବର୍ତ୍ତମାନ ଗ୍ରାହକମାନଙ୍କ ପାଇଁ ସ୍ପେସିଆଲ ଅଫର ୨୫% ରିହାତି ରହିଛି ।