କନକ ବ୍ୟୁରୋ: କୌଣସି ଗୁରୁତର ବ୍ୟାଧିକୁ ଯୋଗୁଁ ମୃତ୍ୟୁର ଅପେକ୍ଷାରେ ଥିବା ମହିଳା ଜଣକସୋସିଆଲ ମିଡିଆରେ ପୋଷ୍ଟ କରିଛନ୍ତି ଭାବବିହ୍ୱଳ ବାର୍ତ୍ତା । ତାଙ୍କର ୨ ମାସର ଶିଶୁ କନ୍ୟା ରହିଛି ଏବଂ ତାଙ୍କ ମୃତ୍ୟୁ ପରେ ସେ ନିଜ ଝିଅ ପାଇଁ କିଛି ସ୍ୱତନ୍ତ୍ର ସ୍ମୃତି ଛାଡିଯିବାକୁ ଚାହୁଁଛନ୍ତି । ଏଥିପାଇଁ ସେ ସୋସିଆଲ ପୋଷ୍ଟରେ ଲୋକଙ୍କ ରାୟ ମାଗିଛନ୍ତି ।

Advertisment

୪୦ ବର୍ଷୀୟା ମହିଳା ସୋସିଆଲ ମିଡିଆରେ ଏଭଳି କିଛି ବାର୍ତ୍ତା ପୋଷ୍ଟ କରିଛନ୍ତି ଯାହା ପଢିଲେ କାହାରି ବି ଆଖି ଭିଜିବ । ସେ ଲେଖିଛନ୍ତି ଯେ, କୁନି ଝିଅକୁ ଛାଡି ଆରପାରିକୁ ଯିବା ତାଙ୍କ ପାଇଁ ଭାରି ଯନ୍ତ୍ରଣାଦାୟକ । ନା ସେ ତାର ଦରୋଟି କଥା ଶୁଣିବାକୁ ଥିବେ ନା ତାର ଅଳିଅର୍ଦ୍ଦଳି ଶୁଣିବାକୁ ଥିବେ । ତେଣୁ ଯେଉଁମାନେ ଖୁବ ବୟସରୁ ବା ପିଲାବେଳୁ ନିଜ ମା’ଙ୍କୁ ହରାଇଛନ୍ତି ସେମାନଙ୍କ ମତାମତ ଦେବାକୁ ଅନୁରୋଧ କରିଛନ୍ତି । ସେ ଏଭଳି କ’ଣ ସ୍ମୃତି ଛାଡିଯିବେ ଯାହା କୁନି ଝିଅ ପାଇଁ ତାଙ୍କର ଅନୁପସ୍ଥିତିକୁ ଭରଣା କରିପାରିବ । ଅବଶ୍ୟ ସେ ତାଙ୍କ ଝିଅ ୧୨ ବର୍ଷ ହେବା ଯାଏଁ ଗାଇଡ୍ କରିବାକୁ ୭୫ଟି ବହି କିଣି ରଖିଛନ୍ତି, ଯାହା ତାକୁ ନିଜକୁ ଶୃଙ୍ଖଳିତ କରିବାକୁ ବାଟ ଦେଖାଇବ’ । କିନ୍ତୁ ତା’ ପାଇଁ ଆଉ କ’ଣ କରିପାରିବେ ବୋଲି ନେଟିଜେନ୍ସଙ୍କୁ ପଚାରିଛନ୍ତି ।

ତାଙ୍କର ଏଭଳି ପୋଷ୍ଟ ପଢିବା ପରେ ଯଥାଶୀଘ୍ର ପ୍ରତିକ୍ରିୟା ଦେଇଛନ୍ତି ନେଟିଜେନ୍ସ । ଜଣେ କହିଛନ୍ତି ଯେ, ତାଙ୍କୁ ମାତ୍ର ୧୧ ବର୍ଷ ହୋଇଥିବାବେଳେ ତାଙ୍କ ମା’ଙ୍କର ମୃତ୍ୟୁ ହୋଇଥିଲା । କିନ୍ତୁ ଜୀବିତ ଅବସ୍ଥାରେ ତାଙ୍କ ମା’ ଲେଖିଥିବା ପ୍ରତିଟି ଚିଠି ତାଙ୍କୁ ପରବର୍ତ୍ତୀ ସମୟରେ ଖୁବ୍ ସମ୍ଭାଳିନେଇଥିଲା ।