କନକ ବ୍ୟୁରୋ : ପର୍ଯ୍ୟଟନ ବିଭାଗ ପକ୍ଷରୁ ଐତିହ ପଦଯାତ୍ରା ଆରମ୍ଭ କରିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । ନିମାପଡ଼ା ପୂର୍ଣ୍ଣେଶ୍ଵରୀ ମନ୍ଦିରରେ ପୂଜାର୍ଚ୍ଚନା ପରେ ପ୍ରଭାତୀ ପରିଡ଼ା ପଦଯାତ୍ରାର ଶୁଭାରମ୍ଭ କରିଛନ୍ତି । ପୂର୍ଣ୍ଣେଶ୍ଵରୀ ମନ୍ଦିରଠୁ କାକଟପୁର ମା ମଙ୍ଗଳା ମନ୍ଦିର ଯାଏଁ ହେବାକୁ ଥିବା ପଦଯାତ୍ରାରେ ଶତାଧିକ ପୁରୁଷ ଓ ମହିଳା ସାମିଲ ହୋଇଛନ୍ତି । ଗ୍ରାମୀଣ ପର୍ୟ୍ୟଟନର ବିକାଶ ଏବଂ ଗ୍ରାମାଞ୍ଚଳରେ ସଚେତନତା ଲକ୍ଷ୍ୟ ରଖି ପଦଯାତ୍ରା କରାଯାଉଛି। ଏହି ପଦଯାତ୍ରା ର ମୁଖ୍ୟ ଉଦ୍ଦେଶ୍ୟ ହେଉଛି, ବିଶେଷ କରି ନିମାପଡ଼ା ଓ କାକଟପୁର ଅଞ୍ଚଳରେ ଥିବା ଅନେକ ଛୋଟ ବଡ଼ ମନ୍ଦିର ଗୁଡିକୁ ପର୍ୟ୍ୟଟନ କ୍ଷେତ୍ର ସହିତ ସଂଯୋଗ କରିବା । କୋଣାର୍କ-ପୁରୀ ପର୍ୟ୍ୟଟନର ମୁଖ୍ୟ ଆକର୍ଷଣ ଥିବା ବେଳେ ନିମାପଡ଼ାରେ ଖୁବଶୀଘ୍ର ପର୍ୟ୍ୟଟନର ହବ୍‌ ପ୍ରସ୍ତୁତ ପାଇଁ ଚେଷ୍ଟା ଜାରି ରହିଛି ବୋଲି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା କହିଛନ୍ତି । କାକଟପୁର ମା ମଙ୍ଗଳା ପୀଠର ଉନ୍ନତି କରଣ ଓ ଗ୍ରାମାଞ୍ଚଳରେ ପର୍ୟ୍ୟଟନର ବିକାଶ ପାଇଁ କାମ କରାଯିବ, ସମସ୍ତ ଐତିହ ପୀଠର ବିକାଶ କାମ ହେବ ବୋଲି ଉପମୁଖ୍ୟମନ୍ତ୍ରୀ କହିଛନ୍ତି।