ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ସ୍ପ୍ରିଂଟର ଦୂତି ଚାନ୍ଦ। ‘ଅର୍ଜୁନ ପୁରସ୍କାର’ ପାଇଁ ତାଙ୍କ ନାଁ ପଠାଇବାକୁ କଲେ ଅନୁରୋଧ

128

କଟକ ବ୍ୟୁରୋ: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିଛନ୍ତି ସ୍ପ୍ରିଂଟର ଦୂତି ଚାନ୍ଦ । ବିଶ୍ୱ ବିଶ୍ୱବିଦ୍ୟାଳୟ ପ୍ରତିଯୋଗୀତାର ପାଇଥିବା ସ୍ୱର୍ଣ୍ଣ ପଦକୁ ସେ ମୁଖ୍ୟମନ୍ତ୍ରୀଙ୍କୁ  ଦେଖାଇଥିଲେ । ଏହି ଅବସରରେ ଦୂତି ଚାନ୍ଦ ରାଜ୍ୟ ସରକାର ତାଙ୍କ ନାଁ ଅର୍ଜୁନ ପୁରସ୍କାର ପାଇଁ ପଠାଯାଇଥିଲେ ମଧ୍ୟ ଏହାକୁ ଯୁବ ଓ କ୍ରିଡା ମନ୍ତ୍ରାଳୟ ଗ୍ରହଣ କରି ନଥିବା ସେ ସୂଚନା ଦେଇଥିଲେ । ତାଙ୍କ ନାଁ ପୁଣି ଅର୍ଜୁନ ପୁରସ୍କାର ପାଇଁ ପଠାଇବାକୁ ଅନୁରୋଧ କରିଛନ୍ତି । ଏହି ସମ୍ମାନ ପାଇବା ପାଇଁ ତାଙ୍କର ଯୋଗ୍ୟତା ରହିଛି ।

ଏନେଇ ତାଙ୍କୁ ମୁଖ୍ୟମନ୍ତ୍ରୀ ଆଶ୍ୱସନା ଦେଇଥିବା ସେ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ତେବେ କେନ୍ଦ୍ର ଯୁବ ବ୍ୟାପାର ଓ କ୍ରିଡା ମନ୍ତ୍ରାଳୟ ନିର୍ଦ୍ଧାରିତ ସମୟରେ ଦୂତିଙ୍କ ଆବେଦନ ପହଞ୍ଚି ନଥିଲା ବୋଲି କୁହାଯାଇଛି । ଅନ୍ୟପଟେ ରାଜ୍ୟରେ ନିର୍ବାଚନ ଏବଂ ପରେ ପରେ ବାତ୍ୟା ଫନିର ପ୍ରଭାବ ମଧ୍ୟ ରାଜ୍ୟରେ ଦେଖିବାକୁ ମିଳିଥିଲା । ଫଳରେ ଆବେଦନ ପତ୍ର ସଠିକ ସମୟରେ ପହଞ୍ଚି ପାରି ନଥିଲା ବୋଲି ସେ କହିଛନ୍ତି । ତେବେ ଯେପର୍ଯ୍ୟନ୍ତ ନାଁ ଘୋଷଣା ହୋଇ ନାହିଁ ସେ ଯାଏଁ ମୋ ନାଁ ବାଦ୍ ପଡିଛି ବୋଲି କୁହାଯାଇପାରିବନି କହିଛନ୍ତି ଦୂତି ଚାନ୍ଦ ।