ବିବାହ ବନ୍ଧନରେ ବାନ୍ଧିହେଲେ କି ଧାବିକା ଦୂତୀ ଚାନ୍ଦ୍ ? ଚର୍ଚ୍ଚା ବଢିବା ପରେ ମୁହଁ ଖୋଲିଲେ ଦୂତୀ ।

2,352

କନକ ବ୍ୟୁରୋ: ପୁଣି ଚର୍ଚ୍ଚାରେ ସ୍ପ୍ରିଂଟର ଦୂତୀ ଚାନ୍ଦ । ଏଥର ତାଙ୍କ ସାଥୀଙ୍କ ସହ ରୋମାଂଟିକ ଫଟୋକୁ ନେଇ ଚର୍ଚ୍ଚାକୁ ଆସିଛନ୍ତି ସ୍ପ୍ରିଂଟର ଦୂତୀ ଚାନ୍ଦ । ମୋନାଲିସାଙ୍କ ସହ ଦୂତୀଙ୍କ ଏହି ଫଟୋକୁ ସୋସିଆଲ ମିଡିଆରେ ନିଜେ ସେୟାର କରିବା ସହ ସେ ପୂର୍ବରୁ ବି ତାଙ୍କୁ ଭଲ ପାଉଥିଲେ, ଆଜି ବି ଭଲ ପାଉଛନ୍ତି ଓ ସବୁଦିନ ଭଲ ପାଉଥିବେ ବୋଲି ଲେଖିଛନ୍ତି ଦୂତୀ । ବିବାହ ମଣ୍ଡପର ଏହି ଫଟୋକୁ ନେଇ ଜାତୀୟ ଗଣମାଧ୍ୟମରେ ଦୂତୀ ଚାନ୍ଦ ବିବାହ କରିନେଇଥିବା ଚର୍ଚ୍ଚା ହେଉଛି । ଡିସେମ୍ବର ୨ତାରିଖରେ ଏହି ଫଟୋ ସେୟାର କରିଛନ୍ତି ଦୂତୀ ।

ତେବେ ଏନେଇ ଗଣମାଧ୍ୟମ ସାମ୍ନାରେ ମୁହଁ ଖୋଲିଛନ୍ତି ଦୂତୀ । ନିଜ ଭଉଣୀର ବିବାହ ସମୟର ଏହି ଫଟୋକୁ ନିଜ ସୋସିଆଲ ମିଡିଆ ଆକାଉଂଟରେ ସେୟାର କରିଥିବା କହିଛନ୍ତି ଦୂତୀ । ତେବେ ଗଣମାଧ୍ୟମରେ ପ୍ରତିକ୍ରିୟା ରଖିବା ପୂର୍ବରୁ ଦୂତୀଙ୍କୁ ସୋସିଆଲ ମିଡିଆ ଆକାଉଂଟରେ ଅନେକ ୟୁଜର୍ସ ତାଙ୍କୁ ବିବାହ ପାଇଁ ଶୁଭେଚ୍ଛା ଜଣାଉଥିବା ଦେଖିବାକୁ ମିଳିଥିଲା । ଯାହାକୁ ନେଇ ଜାତୀୟ ଗଣମାଧ୍ୟମରେ ଦୂତୀଙ୍କ ବିବାହ କରିଥିବା ନେଇ ଖବର ପ୍ରକାଶ ପାଇଥିଲା ।

ଏହାପୂର୍ବରୁ ସମଲିଙ୍ଗୀ ସର୍ମ୍ପକରେ ଥିବା ନେଇ ୨୦୧୯ରେ ଖୁଲାସା କରିଥିଲେ ଏହି ଧାବିକା । ଜାତୀୟ ଗଣମାଧ୍ୟମକୁ ଦେଇଥିବା ସାକ୍ଷାତକାରରେ ନିଜ ସମ୍ପର୍କକୁ ନେଇ ପ୍ରତିକ୍ରିୟା ରଖିଥିଲେ ଓଡ଼ିଶାର ଏହି ଆଥଲେଟ୍ । ।