କନକ ବ୍ୟୁରୋ: ରେସ୍ ଆରମ୍ଭରୁ ଶେଷ ଯାଏଁ ବିଶ୍ୱସ୍ତରୀୟ ଆଥଲେଟଙ୍କୁ ପଛରେ ପକାଇ ବାଜି ମାରିନେଇଛନ୍ତି ଦୂତୀ ଚାନ୍ଦ । ଜାତୀୟ ରେକର୍ଡଧାରୀ ଏହି ଓଡିଆ ଦୌଡ଼ରାଣୀଙ୍କ ନାଁରେ ଯୋଡି ହୋଇଯାଇଛି ଆଉ ଏକ ମେଡାଲ । ବିଶ୍ୱବିଦ୍ୟାଳୟ କ୍ରୀଡାର ମହିଳା ଶହେ ମିଟର ଦୌଡରେ ଦୂତୀ ପ୍ରଥମ ସ୍ଥାନରେ ରହି ଜିତିଛନ୍ତି ସ୍ୱର୍ଣ୍ଣ ପଦକ । ପ୍ରଥମ ଭାରତୀୟ ଆଥଲେଟ୍ ଭାବେ ବିଶ୍ୱବିଦ୍ୟାଳୟ କ୍ରୀଡାରେ ଦୂତୀଙ୍କୁ ମିଳିଛି ଏହି ବିରାଟ ସଫଳତା ।
ଇଟାଲିରେ ଆୟୋଜିତ ୩୦ତମ ବିଶ୍ୱବିଦ୍ୟାଳୟ କ୍ରୀଡାର ମହିଳା ୧୦୦ ମିଟର ଦୌଡ, ପ୍ରଥମ ପର୍ଯ୍ୟାୟରେ ନିଜ ହିଟ୍ର ପ୍ରଥମ ସ୍ଥାନରେ ରହି ସେମିଫାଇନାଲ ଖେଳିବାକୁ ଯୋଗ୍ୟତା ଅର୍ଜନ କରିଥିଲେ ଦୂତୀ । ସେମିଫାଇନାଲରେ ୧୧ ଦଶମିକ ୪୧ ସେକେଣ୍ଡ ସମୟ ସହ ଦ୍ୱୀତିୟରେ ରହି ହାସଲ କରିଥିଲେ ଫାଇନାଲ ଟିକେଟ୍ । ଆଉ ଫାଇନାଲରେ ସ୍ୱର୍ଣ୍ଣ ପଦକ ଜିତିବାକୁ ଦୂତୀ ନେଇଥିଲେ ୧୧ ଦଶମିକ ୩୨ ସେକେଣ୍ଡର ସମୟ ।
Exceptional achievement of an exceptional athlete!
Congratulations @DuteeChand for winning a hard earned and well deserved Gold in the Women’s 100 m finals.
You make India proud! #Universiade @FISU https://t.co/LVSkbsPZOP
— Narendra Modi (@narendramodi) July 10, 2019
ସବୁଠାରୁ ବଡ କଥା ହେଉଛି ଅଳ୍ପ ଦିନ ପୂର୍ବରୁ ନିଜ ବାନ୍ଧବୀଙ୍କୁ ବିବାହ କରିବେ ବୋଲି କହି ଚର୍ଚା ଘେରକୁ ଆସିଥିଲେ ଏହି ଓଡିଆ ଆଥଲେଟ୍ । ଚାରିଆଡେ ଏହାକୁ ନେଇ ଆଲୋଚନା ସମାଲୋଚନା ଚାଲିଲା । କିନ୍ତୁ ଏହାରି ଭିତରେ ବିଶ୍ୱସ୍ତରୀୟ ଇଭେଂଟରେ ସ୍ୱର୍ଣ୍ଣ ପଦକ ଜିତି ଦୂତୀ ପୁଣି ପ୍ରମାଣ କରିଛନ୍ତି, ଏଭଳି ବିବାଦ ତାଙ୍କ ପ୍ରଦର୍ଶନ ଉପରେ କୌଣସି ପ୍ରଭାବ ପକାଇପାରିବ ନାହିଁ ।
ନେପଲ୍ସରେ ଆୟୋଜିତ “ୟୁନିଭର୍ସିଆଡ” ରେ ୧୦୦ ମିଟର ଦୌଡ ପ୍ରତିଯୋଗିତାରେ ସ୍ୱର୍ଣ୍ଣ ପଦକ ପ୍ରାପ୍ତ କରିଥିବାରୁ ଦୂତୀ ଚାନ୍ଦଙ୍କୁ ଅଭିନନ୍ଦନ । ଏହି ପ୍ରକାର ପ୍ରତିଯୋଗିତାରେ ଏହା ଭାରତର ପ୍ରଥମ ସ୍ୱର୍ଣ୍ଣ ପଦକ ଏବଂ ଏହା ଦେଶ ପାଇଁ ଅତି ଗୌରବର ମୂହୁର୍ତ୍ତ ଅଟେ । ଏହି ପ୍ରକାର ଚେଷ୍ଟା ଜାରି ରଖି ଅଲମ୍ପିକରେ ସଫଳତା ପ୍ରାପ୍ତ କରନ୍ତୁ ।
— President of India (@rashtrapatibhvn) July 10, 2019
ବିଶ୍ୱସ୍ତରୀୟ ଇଭେଂଟରେ ସ୍ୱର୍ଣ୍ଣ ପଦକ ଜିତିବା ପରେ ଟ୍ୱିଟ୍ କରି ଦୂତୀ କହିଛନ୍ତି, ପୁଲ୍ ମି ଡାଉନ୍ , ଆଇ ୱିଲ୍ କମ୍ ବ୍ୟାକ୍ ଷ୍ଟ୍ରଙ୍ଗର ଅର୍ଥାତ୍ ତାଙ୍କୁ ଯେତେ ପାରିବ ସେତେ ତଳକୁ ଟାଣିଲେ ମଧ୍ୟ ସେ ଆହୁରି ଶକ୍ତିଶାଳୀ ହୋଇ ଆଗକୁ ବଢିବେ । ସେପଟେ ଦୂତୀଙ୍କ ଏହି ସଫଳତା ପାଇଁ ରାଷ୍ଟ୍ରପତି ରାମନାଥ କୋବିନ୍ଦ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ଦୂତୀ ଏମିତି ଉଦ୍ୟମ ଜାରି ରଖନ୍ତୁ ଏବଂ ଆଲିମ୍ପିକ୍ସରେ ଉନ୍ନତ ପ୍ରଦର୍ଶନ କରନ୍ତୁ ବୋଲି ଅଭିନନ୍ଦନ ଜଣାଇଛନ୍ତି ରାଷ୍ଟ୍ରପତି । ସେହିପରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟ୍ୱିଟ୍ କରି ଦୂତୀଙ୍କୁ ଶୁଭେଚ୍ଛା ଜଣାଇବା ସହ ଦୂତୀ, ଭାରତକୁ ଗର୍ବିତ କରିଛନ୍ତି ବୋଲି ଲେଖିଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ଦୂତୀଙ୍କୁ ଟ୍ୱିଟ୍ କରି ଶୁଭେଛା ଜଣାଇଛନ୍ତି ।