ସମଲିଙ୍ଗୀ ସଂପର୍କ ଖୁଲାସା ପରେ ପ୍ରଥମ ଥର ପାଇଁ କ୍ୟାମେରା ଆଗକୁ ଆସିଲେ ଦୂତୀ ଚାନ୍ଦ । ସାମ୍ବାଦିକ ସମ୍ମିଳନୀରେ କହିଲେ, ମୋ ବିରୋଧରେ ରଚାଯାଇଛି ଷଡଯନ୍ତ୍ର

911

କନକ ବ୍ୟୁରୋ: ସମଲିଙ୍ଗି ସଂପର୍କକୁ ନେଇ ୨ ଦିନ ଧରି ଚର୍ଚାରେ ରହିଥିବା ଓଡିଆ ସ୍ପିଂଟର ଦୂତୀ ଚାନ୍ଦ ଆଜି ପ୍ରେସମିଟ୍ କରିଛନ୍ତି । ଭୁବନେଶ୍ୱରରେ ଏକ ତାରକା ହୋଟେଲରେ ପ୍ରେସମିଟ୍ କରି ଦୂତୀ ନିଜ ସଂପର୍କକୁ ନେଇ ପକ୍ଷ ରଖିବାକୁ ଯାଇ କହିଛନ୍ତି ତାଙ୍କ ବିରୋଧରେ ଷଡଯନ୍ତ୍ର କରାଯାଇଛି । ଆଉ ଏହି ଚକ୍ରାନ୍ତ ପଛରେ ଅନ୍ୟ କେହି ନୁହେଁ ବରଂ ମୋର ନିଜ ଦିଦି ସରସ୍ୱତୀ ଚାନ୍ଦ ରହିଛନ୍ତି । ଏପରିକି କି ସେ ତାଙ୍କୁ ମାରଧର କରିବା ସହ ମାନସିକ ଅତ୍ୟାଚାର ମଧ୍ୟ ଦେଉଥିଲେ  । ଦୂତୀ କହିଛନ୍ତି, ଆମ ସଂପର୍କ ବିଷୟରେ ସମସ୍ତେ ଜାଣିଛନ୍ତି । ତେବେ ଏହାକୁ ପବ୍ଲିକରେ ନକହିବାକୁ ଦିଦି ତାଙ୍କ ସହ ଝଗଡା କରୁଥିଲେ । ଏପରିକି ବାରମ୍ବାର ଧମକ ଦେଉଥିଲେ କି ଯଦି ସେ ଟଙ୍କା ନଦିଅନ୍ତି ତେବେ ଏକଥାକୁ ସେ ଗଣମାଧ୍ୟମରେ ଜଣାଇଦେବେ ଆଉ ତାଙ୍କୁ ବ୍ଲେମ କରିଦେବେ  ।

ସେହିଭଳି ଗଣମାଧ୍ୟମ ଉପରେ ବି ପ୍ରଶ୍ନ ଉଠାଇଛନ୍ତି ଦୂତୀ । କିଛି ଗଣମାଧ୍ୟମ ମୋ ସଂପର୍କକୁ ନେଇ ଅପପ୍ରଚାର କରୁଛନ୍ତି । ମୁଁ ସମଲିଙ୍ଗୀ ସଂପର୍କରେ ଅଛି କି ମୁଁ କାହାକୁ ପସନ୍ଦ କରୁଛି । ଏହା ମୋର ବ୍ୟକ୍ତି ଗତ ଜୀବନ । ହେଲେ କିଛି ଗଣମାଧ୍ୟମ ମୋ ସଂପର୍କକୁ ନେଇ ଅପପ୍ରଚାର କରୁଛନ୍ତି । ଏପିରିକି ମୋ ପାଟନରଙ୍କ ଫଟୋ ଏବଂ ନାଁ ନେଇଛନ୍ତି । ଏବଂ ତାଙ୍କ ଘର ଲୋକଙ୍କର ପ୍ରତିକ୍ରିୟା ମଧ୍ୟ ନେଇଛନ୍ତି । ତେବେ ସେମାନଙ୍କୁ ଏହି ଅଧିକାର କିଏ ଦେଲା, କେଉଁଠୁ ପ୍ରମାଣ ପାଇଲେ ଏବଂ ଏହି ପ୍ରମାଣ ସବୁ ତାଙ୍କୁ କିଏ ଦେଲା ବୋଲି ପ୍ରଶ୍ନ କହିଛନ୍ତି ଦୂତୀ ଚାନ୍ଦ । ଯେଉଁ ଗଣମାଧ୍ୟମ ବାରମ୍ବାର ଖବର ପ୍ରସାରଣ କରୁଥାଏ କି ଦୂତୀଙ୍କ ମାଆ ଆଉ ନାନୀଙ୍କ ବୟାନ ନେଇଥିଲେ କି, ଯିଏ କି ତାଙ୍କୁ ଏଥିପାଇଁ ବିରୋଧ କରୁଛନ୍ତି । ତେବେ ମୋ ପରିବାରରେ କଣ କେବଳ ମାଆ ଆଉ ନାନି ଥିଲେ ଆଉ କଣ କେହି ନଥିଲେ ବୋଲି ପ୍ରଶ୍ନ କରିଛନ୍ତି ଦୂତୀ । ମୋ ପରିବାରରେ ୯ ଜଣ ସଦସ୍ୟ ଅଛନ୍ତି ସେମାନେ କଣ ମୋ ସଂପର୍କରେ ମତ ଦେବାକୁ ଚାହୁଁନଥିଲେ ବୋଲି କହିଛନ୍ତି ଦୂତୀ ।