ନାପୋଲିରେ ଚମକିଲେ ଦୂତି ଚାନ୍ଦ । ୧୦୦ ମିଟର ଦୌଡ଼ରେ ସ୍ବର୍ଣ୍ଣ ପଦକ ହାସଲ କଲେ ଓଡ଼ିଆ ଧାବିକା ଦୂତି

Advertisment
ନାପୋଲିରେ ଚମକିଲେ ଦୂତି ଚାନ୍ଦ । ୧୦୦ ମିଟର ଦୌଡ଼ରେ ସ୍ବର୍ଣ୍ଣ ପଦକ ହାସଲ କଲେ ଓଡ଼ିଆ ଧାବିକା ଦୂତି

କନକ ବ୍ୟୁରୋ: ଇଟାଲିର ନାପୋଲିଠାରେ ଚାଲିଥିବା ୩୦ତମ ବିଶ୍ବ ବିଶ୍ବବିଦ୍ୟାଳୟ କ୍ରୀଡ଼ାରେ ଓଡ଼ିଆ ଧାବିକା ଦୂତି ଚାନ୍ଦଙ୍କ ଚମକ ଦେଖିବାକୁ ମିଳିଛି। ମହିଳା ୧୦୦ ମିଟର ଦୌଡ଼ରେ ଦୂତି ପ୍ରଥମ ସ୍ଥାନରେ ରହି ସ୍ବର୍ଣ୍ଣ ପଦକ ହାସଲ କରିଛନ୍ତି। ଦୂତି ସୋମବାରର ପ୍ରଥମ ପର୍ଯ୍ୟାୟରେ ନିଜ ହିଟର ପ୍ରଥମ ସ୍ଥାନରେ ରହି ସେମିଫାଇନାଲ୍ ଖେଳିବାକୁ ଯୋଗ୍ୟତା ଅର୍ଜନ କରିଥିଲେ। ଗତକାଲି ସେମିଫାଇନାଲରେ ୧୧.୪୧ ସେକେଣ୍ଡ ସମୟ ସହ ହିଟ୍ ନମ୍ବର-୨ର ପ୍ରଥମ ସ୍ଥାନରେ ରହି ଫାଇନାଲ୍ ଟିକେଟ ହାସଲ କରିଥିଲେ।

ଫାଇନାଲ୍ ପାଇଁ ଯେମିତି ସେ ନିଜ ସବୁ ଶକ୍ତି ସାଇତି ରଖିଥିଲେ। ମୋଟ ଉପରେ ଦ୍ବିତୀୟ ସ୍ଥାନରେ ରହି ଫାଇନାଲ୍ ଖେଳିଥିବା ଦୂତି ସେଠାରେ ୧୧.୩୨ ସେକେଣ୍ଡ ସହ ସ୍ବର୍ଣ୍ଣ ପଦକ ଜିତି ଓଡ଼ିଶା ସହ ସମଗ୍ର ଭାରତ ବର୍ଷକୁ ଗୌରବାନ୍ବିତ କରିଥିଲେ। ତିନିଟି ଯାକ ପର୍ଯ୍ୟାୟରେ ସେ କ୍ରମାଗତ ଭବେ ନିଜ ଟାଇମିଂରେ ଉନ୍ନତି ଆଣିଥିଲେ।

publive-image

କିଟ୍ ବିଶ୍ବ ବିଦ୍ୟାଳୟର ପ୍ରତିନିଧିତ୍ବ କରୁଥିବା ଦୂତି ଏହି ପ୍ରତିଯୋଗିତାର ଉଦଘାଟନୀ ଉତ୍ସବରେ ଭାରତୀୟ ପତାକା ଧରିଥିଲେ। ୧୦୦ ସହ ଦୂତି ମଧ୍ୟ ଏହି ପ୍ରତିଯୋଗିତାର ୨୦୦ ମିଟରରେ ପ୍ରତିଦ୍ବନ୍ଦ୍ବିତା କରିବେ। ଏଣୁ ତାଙ୍କ ପାଖରେ ଯୁଗଳ ସ୍ବର୍ଣ୍ଣ ଜିତିବାର ସୁଯୋଗ ରହିବ। ତେବେ ଏହି ପ୍ରତିଯୋଗିତା ପାଇଁ ନାପୋଲି ଯାଇଥିବା ଭାରତୀୟ ଦଳରେ ଦୂତି ଏକମାତ୍ର ଓଡ଼ିଆ ଖେଳାଳି ଭାବେ ସ୍ଥାନ ପାଇଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe