କନକ ବ୍ୟୁରୋ : ଖେଲୋ ଇଣ୍ଡିଆରେ ଚମକିଛନ୍ତି ଦୌଡରାଣୀ ଦୂତୀ ଚାନ୍ଦ । ଦୂତୀ ୧୦୦ ମିଟର ଦୌଡରେ ଜିତିଛନ୍ତି ସ୍ୱର୍ଣ୍ଣ ପଦକ । ଏହା ସହିତ ଦୂତୀ ନୂଆ କୀର୍ତିମାନ୍ ସ୍ଥାପନ କରିଛନ୍ତି । ଦୂତୀ ୧୦୦ ମିଟରକୁ ୧୧.୪୯ ସେକେଣ୍ଡରେ ପୂରଣ କରିଥିଲେ । ଏହା ସହିତ ବିଶ୍ୱ ବିଦ୍ୟାଳୟ କ୍ରୀଡାରେ ଏମଏସ ସାମି ସ୍ଥାପନ କରିଥିବା ରେକର୍ଡକୁ ଭଂଗ କରିଛନ୍ତି ଦୂତୀ । ୨୦୧୮ରେ ସାମି କର୍ଣ୍ଣାଟକର ମୁଦ୍ରି ଠାରେ ହୋଇଥିବା ବିଶ୍ୱବିଦ୍ୟାଳୟ କ୍ରୀଡାରେ ୧୦୦ ମିଟରକୁ ୧୧.୫୬ ସେକେଣ୍ଡରେ ପୂରଣ କରି ରେକର୍ଡ କରିଥିଲେ ।

Advertisment

ଖେଲୋଇଣ୍ଡିଆରେ ଏନଏସ ସାମିଙ୍କ ଏହି ରେକର୍ଡକୁ ଭଂଗ କରିଛନ୍ତି ଓଡିଆ ଷ୍ଟାର ଦୂତୀ ଚାନ୍ଦ । ପଦକ ଜିତିବା ପରେ ଦୂତୀ କହିଛନ୍ତି ଚଳିତ ବର୍ଷର ଏହା ତାଙ୍କର ପ୍ରଥମ ପଦକ । ତେଣୁ ଖୁସି ଲାଗୁଛି । ଆଗକୁ ଏହି ଟାଇମିଂରେ ଆହୁରି ସୁଧାର ଆଣିବେ ବୋଲି ଦୂତୀ କହିଛନ୍ତି ।