ବାପା ହେବାକୁ ଦୌଡରାଣୀ ଦୂତୀ ଚାନ୍ଦଙ୍କ ଇଚ୍ଛା ! କନକ ନ୍ୟୁଜରେ କହିଲେ ନିଜର ମନର କଥା

3,614

କନକ ବ୍ୟୁରୋ : ବାପା ହେବାକୁ ଦୌଡରାଣୀ ଦୂତୀ ଚାନ୍ଦଙ୍କ ଇଚ୍ଛା ! କନକ ନ୍ୟୁଜରେ କହିଲେ ନିଜର ମନର କଥା । ଆଇଭିଏଫ କିମ୍ବା ପୋଷ୍ୟ ସନ୍ତାନ ଗ୍ରହଣ କରିବାକୁ ସେ ଇଚ୍ଛା ରଖିଛନ୍ତି । ସନ୍ତାନ ମୋତେ ବାପା ଓ ମୋନାଲିସାଙ୍କୁ ମା’ ଡାକିବ । ସେ ଆହୁରି ମଧ୍ୟ କହିଛନ୍ତି ଅନ୍ୟ ଝିଅଙ୍କ ସହ କଥା ହେଲେ ମୋନାଲିସା ଇର୍ଷା କରନ୍ତି । ଠାକୁରଙ୍କ ପାଖରେ ଆମେ ଦୁହେଁ ବିବାହ କରିସାରିଛୁ । ସମଲିଙ୍ଗୀ ସମ୍ପର୍କକୁ ନେଇ ସୁପ୍ରିମକୋର୍ଟରେ ଶୁଣାଣି ଚାଲିଛି । ସବୁ ସୁବିଧା ସୁଯୋଗ ପାଇଁ ସ୍ୱୀକୃତି ଦରକାର । ପ୍ରେମ ସମ୍ପର୍କ କେବେ ଲୁଚି ରୁହେନି । ୧୦୧୯ରୁ ପ୍ରେମ ସମ୍ପର୍କ ନେଇ ମୁହଁ ଖୋଲିଛି । ସମ୍ପର୍କକୁ ଲୋକ ଖରାପ ନଜରରେ ଦେଖୁଛନ୍ତି ।

ସୂଚନାନୁସାରେ , ଦୌଡରାଣୀ ଦୂତୀ ଚାନ୍ଦ ଦେଲେ ମଥାରେ ସିନ୍ଦୁର । ଭାରତରେ ସମଲିଙ୍ଗୀ ସମ୍ପର୍କକୁ ନେଇ କୋର୍ଟରେ ମାମଲା ଚାଲିଛି । ହେଲେ ଏକଥା ସତ ଦେଶରେ ସମଲିଙ୍ଗୀ ସମ୍ପର୍କ ରଖୁଥିବା ଲୋକେ ଏବେବି ସମାଲୋଚନାର ଶିକାର ହେଉଛନ୍ତି । ହେଲେ ଧିରେ ଧିରେ ସେମାନଙ୍କ ପ୍ରତି ଆଭିମୁଖ୍ୟ ବଦଳୁଛି । ଆଉ ସମଲିଙ୍ଗୀ ମାନେ ମଧ୍ୟ ନିଜ ସମ୍ପର୍କକୁ ବାହାରେ ଏବେ ସ୍ୱୀକାର କରିବା ଆରମ୍ଭ କଲେଣି ।

ଦୌଡରାଣୀ ଦୂତି ଚାନ୍ଦ ନିଜ ଖେଳ ପାଇଁ ଯେତିକି ପ୍ରଂଶସା ସାଉଁଟିଛନ୍ତି, ଓଡିଶାବାସୀଙ୍କ ଭଲପାଇବା ପାଇଛନ୍ତି, ବ୍ୟକ୍ତିଗତ ଜୀବନକୁ ନେଇ ମଧ୍ୟ ବିବାଦ ଘେରକୁ ଆସିଛନ୍ତି । ବେଳେ ବେଳେ ସମାଲୋଚନାର ମଧ୍ୟ ଶିକାର ହୋଇଛନ୍ତି ଦୂତି ଚାନ୍ଦ । ବିଶେଷ କରି ତାଙ୍କ ପ୍ରେମ ସମ୍ପର୍କ ଅଧିକ ଚର୍ଚ୍ଚା ସୃଷ୍ଟି କରିଛି । ଆଉ ଏହାରି ଭିତରେ ଜାତୀୟ ଗଣମାଧ୍ୟମ ଇଣ୍ଡିଆ ଟୁଡେ ଏହାର ମାଗାଜିନର କଭର ଷ୍ଟୋରୀରେ ଦୂତି ଓ ତାଙ୍କ ପ୍ରେମିକାଙ୍କୁ ସ୍ଥାନ ଦେଇଛି । ଚିତ୍ରରେ ଦୂତୀ ନିଜ ପ୍ରେମିକାଙ୍କ ମଥାରେ ସିନ୍ଦୁର ଦେଉଥିବାର ଦେଖିବାକୁ ମିଳିଛି ।