କନକ ବ୍ୟୁରୋ: କୌନ ବନେଗା କରୋଡପତିରେ ନଜର ଆସିବେ ଭାରତର ଦ୍ରୁତତମ ଧାବିକା ଦୂତୀ ଚାନ୍ଦ । କେବିସି ବିଗ ବିଙ୍କ ସାମନାରେ ହଟ ସିଟରେ ବସିବେ ଦୂତୀ ଚାନ୍ଦ । ବଲିଉଡର ସୁପରଷ୍ଟାର ଅମିତାଭ ବଚ୍ଚନଙ୍କ ପ୍ରଶ୍ନର ସମ୍ମୁଖୀନ ହେବେ ଓଡିଶାର ଦୌଡରାଣୀ ଦୂତୀ । ଏନେଇ ଖୁବ ଶୀଘ୍ର ସେ ସୁଟିଂ ପାଇଁ ମୁମ୍ବାଇ ଯିବେ । ପୂର୍ବରୁ ଦୂତୀ କପିଲ ଶର୍ମା ଶୋରେ ଭାଗ ନେଇ କେବଳ ଓଡିଶା ନୁହେଁ ସମଗ୍ର ଭାରତରେ ପ୍ରଶଂସା ସାଉଁଟିଥିଲେ । ଆଉ ଏବେ କେବିସିରେ ଭାଗ ନେବା ଓ ବିଗ୍ ବିଙ୍କୁ ଭେଟିବା ପାଇଁ ବେଶ୍ ଉତ୍ସାହିତ ଅଛନ୍ତି ଦୂତୀ ।

Advertisment