ଟୋକିଓ ପାଇଁ ପ୍ରସ୍ତୁତ ଦୂତୀ ଚାନ୍ଦ । ସାରା ଦେଶର ନଜରରେ ଦୂତୀ । ଭାରତକୁ ଦେବେ କି ସଫଳତା?

Advertisment
ଟୋକିଓ ପାଇଁ ପ୍ରସ୍ତୁତ ଦୂତୀ ଚାନ୍ଦ । ସାରା ଦେଶର ନଜରରେ ଦୂତୀ । ଭାରତକୁ ଦେବେ କି ସଫଳତା?

କନକ ବ୍ୟୁରୋ: ଆରମ୍ଭ ହୋଇ ସାରିଛି ଟୋକିଓ ଅଲମ୍ପିକ୍ସ । ଆଉ ପ୍ରସ୍ତୁତ ହୋଇ ସାରିଛନ୍ତି ଭାରତୀୟ ଖେଳାଳି । ବିଦେଶ ମାଟିରେ ଇତିହାସ ରଚିବାକୁ ଜୋରଦାର ଅଭ୍ୟାସ ଜାରି ରଖିଛନ୍ତି ଓଡିଆ ଝିଅ ଦୂତୀ ଚାନ୍ଦ । ଦୂତୀଙ୍କ ଉପରେ ଏବେ ସାରା ଦେଶର ନଜର । କାରଣ ଭାରତୀୟ ମହିଳା ସ୍ପିଣ୍ଟର ଭାବେ ଦୂତୀ ଚାନ୍ଦଙ୍କ ନାଁରେ ଅନେକ ରେକର୍ଡ ରହିଛି । ଆଉ ଏହି ରେକର୍ଡ ବଳରେ ଦୂତୀ ଏଥର ଭାରତକୁ ସଫଳତା ଦେଇପାରନ୍ତି ବୋଲି କୁହାଯାଉଛି ।

୧୦୦ ମିଟର ଦୌଡରେ ଅନେକ ରେକର୍ଡ କରିଛନ୍ତି । ଜାତୀୟ, ଅନ୍ତର୍ଜାତୀୟ ଖେଳରେ ଦୂତୀ ଚାନ୍ଦ ଭାରତକୁ ଅନେକ ସଫଳତା ଦେଇ ସାରିଛନ୍ତି । ଦୂତୀ ଏକମାତ୍ର ଭାରତୀୟ ଭାବେ ୧୦୦ ମିଟର ଦୌଡରେ ନିଜ ଦବଦବା ରଖିଛନ୍ତି । ଆଉ ଏବେ ଦୂତୀଙ୍କ ନଜର ଟୋକିଓ ଅଲମ୍ପିକ୍ସ ଉପରେ ।

ତେବେ ଆସନ୍ତୁ ନଜର ପକାଇବା ଦୂତୀଙ୍କ ସଫଳତା ଉପରେ -  

୨୦୧୨ରେ ଦୂତୀ ୧୮ ବର୍ଷରୁ କମ ୧୦୦ ମିଟର ଦୌଡରେ ଜାତୀୟ ଚାମ୍ପିୟନ ହୋଇଥିଲେ 

ପୁଣେରେ ଆୟୋଜିତ ଏସିୟାନ ଚାମ୍ପିୟନସିପରେ ୨୦୦ ମିଟର ଦୌଡରେ ବ୍ରୋଞ୍ଚ ପଦକ ହାସଲ କରିଥିଲେ 

୨୦୧୩ରେ ଦୂତୀ ପ୍ରଥମ ଭାରତୀୟ ଭାବେ ୱାର୍ଲ୍ଡ ୟୁଥ ଚାମ୍ପିୟନସିପ ଫାଇନାଲରେ ପ୍ରବେଶ କରିଥିଲେ 

ରାଞ୍ଚିରେ ନ୍ୟାସନାଲ ସିନିୟର ୟୁଥ ଚାମ୍ପିୟନସିପରେ ୧୦୦ ମିଟର ଦୌଡରେ ସ୍ୱର୍ଣ୍ଣ ପଦକ ହାସଲ କରିଥିଲେ 

ସେହି କ୍ରୀଡାରେ ୨୦୦ ମିଟର ଦୌଡରେ ନିଜ କ୍ୟାରିୟରର ଶ୍ରେଷ୍ଠ ରେକର୍ଡ କରି ସ୍ୱର୍ଣ୍ଣ ପଦକ ହାସଲ କରିଥିଲେ 

୨୦୧୮ ଏସୀୟ କ୍ରୀଡାରେ ୧୦୦ ମିଟର ଦୌଡରେ ରୌପ୍ୟ ପଦକ ହାସଲ କରିଥିଲେ 

୨୦୧୯ରେ ହୋଇଥିବା ଫେଡେରେସନ କପରେ ୧୦୦ ମିଟର ଦୂରତା ଅତିକ୍ରମ କରି ସ୍ୱର୍ଣ୍ଣ ପଦକ ଲାଭ କରିଥିଲେ 

ସେହି ବର୍ଷ ଇଟାଲୀର ନାପୋଲଠାରେ ବିଶ୍ୱ ବିଶ୍ୱବିଦ୍ୟାଳୟ କ୍ରୀଡାରେ ସେ ସ୍ୱର୍ଣ୍ଣ ପଦକ ହାସଲ କରିଥିଲେ । ଆଉ ଏହି କୃତିତ୍ୱ ହାସଲ କରିବାରେ ସେ ଥିଲେ ପ୍ରଥମ ଭାରତୀୟ । 

ଦୂତୀଙ୍କ ଏହି ସବୁ ସଫଳତା ଉପରେ ନଜର ପକାଇଲେ ଜଣାପଡୁଛି ଏଥର ସେ ଟୋକିଓରେ କମାଲ କରିପାରନ୍ତି । ଟୋକିଓ ଅଲମ୍ପିକ୍ସରେ ଚୟନ ହେବା ପରେ ଦୂତୀ ମଧ୍ୟ ନିଜକୁ ଖୁବ ପ୍ରସ୍ତୁତ କରିଛନ୍ତି । ଚଳିତ ଟୋକିଓ ଅଲମ୍ପିକ୍ସରେ ଜୁଲାଇ ୩୦ ତାରିଖରେ ମୈଦାନକୁ ଓହ୍ଲାଇବେ ଦୂତୀ । ୧୦୦ ମିଟର ଦୌଡରେ ବିଦେଶରେ କମାଇଲ ଦେଖାଇବେ ଏହି ଓଡିଆ ଝିଅ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe