କନକ ବ୍ୟୁରୋ : ଦେଶର ଦ୍ରୁତତମ ଧାବିକା ଦୂତୀ ଚାନ୍ଦଙ୍କ ଆଉ ଏକ ସଫଳତା । ଅନ୍ତର୍ଜାତୀୟ ଖ୍ୟାତିସଂପନ୍ନ ‘ଟାଇମ୍’ ପତ୍ରିକାର ହଣ୍ଡ୍ରେଡ୍ ନେକଷ୍ଟ ବା ଆସନ୍ତା ଦିନର ୧୦୦ ଜଣ ପ୍ରଭାବଶାଳୀ ତାରକାଙ୍କ ମଧ୍ୟରେ ସ୍ଥାନ ପାଇଛନ୍ତି ଓଡ଼ିଆ ଝିଅ ଦୂତୀ । ବ୍ୟବସାୟ, ମନୋରଂଜନ, କ୍ରୀଡ଼ା, ରାଜନୀତି, ସ୍ୱାସ୍ଥ୍ୟ, ବିଜ୍ଞାନ ଓ ସମାଜ ସେବା କ୍ଷେତ୍ରରେ ବିଶ୍ୱର ଉଦୀୟମାନ ତାରକାଙ୍କ ତାଲିକା ପ୍ରକାଶ କରିଛି ‘ଟାଇମ୍’ ପତ୍ରିକା । ଭବିଷ୍ୟତର ୧୦୦ ଜଣ ପ୍ରଭାବଶାଳୀ ବ୍ୟକ୍ତି ତାଲିକାରେ ରହିଛି ଏହି ଓଡ଼ିଆ ଦୌଡ଼ରାଣୀଙ୍କ ନାଁ ।
/kanak/media/post_attachments/wp-content/uploads/2018/08/Dutee_Chand_AP-1-300x150.jpg)