ତାଲାବନ୍ଦ ବେଳେ ଅର୍ଥ ସମସ୍ୟାରେ ଆଥଲେଟ୍ : ଅଲମ୍ପିଆନ୍ ଆଥଲେଟ୍ ଦୂତୀଙ୍କ ମାସିକ ଖର୍ଚ୍ଚ ସାଢେ ୩ ଲକ୍ଷ ହେଲେ ଏବେ କରୋନା ସମୟରେ ମିଳୁନାହାନ୍ତି ପ୍ରାୟୋଜକ , ତେଣୁ ବିଏମଡବ୍ଲୁ ବିକିଦେବେ ଦୂତୀ 

1,281

ଓଡିଆ ସ୍ପ୍ରିଂଟର ଦୂତି ଚାନ୍ଦଙ୍କ ମାସିକ ଖର୍ଚ୍ଚ ସାଢେ ୩ ଲକ୍ଷ ଟଙ୍କା । ଏବେ କରୋନା ସଂକଟ ସମୟରେ କେହି ପ୍ରାୟୋଜକ ମିଳୁନଥିବାରୁ ଏହି ଖର୍ଚ୍ଚ ତାଙ୍କ ପାଇଁ କଷ୍ଟକର ହୋଇପଡିଛି । ତେଣୁ ତାଙ୍କ ଦାମିକିଆ ଗାଡି ବିଏମଡ଼ବ୍ଲୁକୁ ବିକ୍ରି କରିବାକୁ ଚାହୁଁଛନ୍ତି ଦୂତି । ୩୦ ଲକ୍ଷ ଟଙ୍କାର ବିଏଲଡବ୍ଲୁ ଗାଡିକୁ ୨୦ ଲକ୍ଷ ଟଙ୍କାରେ ବିକ୍ରି କରିବେ ବୋଲି ସୋସିଆଲ ମିଡିଆରେ ଘୋଷଣା କରିଛନ୍ତି ଦୂତି ଚାନ୍ଦ୍ । କରୋନା କାଳରେ କେହି ପ୍ରାୟୋଜକ ତାଙ୍କୁ ସହାୟତା କରୁନାହାନ୍ତି । ବ୍ରାଣ୍ଡ ଏଣ୍ଡୋର୍ସମେଂଟ ପାଇଁ ୪ ଟି ଚୁକ୍ତି ଶେଷ ହୋଇଯାଇଥିବା ବେଳେ ପୁମା ସହ ହୋଇଥିବା ଚୁକ୍ତି ମଧ୍ୟ ଆଗାମୀ ଡିସେମ୍ବରରେ ଶେଷ ହୋଇଯିବ ।

ସେପଟେ ଆଗାମୀ ଅଲମ୍ପିକ୍ସ ପ୍ରସ୍ତୁତି ପାଇଁ ତାଙ୍କୁ ଅଧିକ ଅର୍ଥର ଆବଶ୍ୟକତା ରହିଛି । ପ୍ରଶିକ୍ଷଣ ଓ ପୁଷ୍ଟିକର ଖୋରାକ ବାବଦରେ ତାଙ୍କର ମାସକୁ ସାଢେ ୩ ଲକ୍ଷ ଟଙ୍କା ଖର୍ଚ୍ଚ ହେଉଥିବା କନକ ନ୍ୟୁଜକୁ ଫୋନ ଯୋଗେ ସୂଚନା ଦେଇଛନ୍ତି ଦୂତି । ଏହି ଖର୍ଚ୍ଚ ତୁଲାଇବା ପାଇଁ ସେ ତାଙ୍କ ଦାମିକିଆ ବିଏମଡବ୍ଲୁ କାରଟିକୁ ବିକ୍ରି କରିଦେବା ପାଇଁ ନିଷ୍ପତି କରଛନ୍ତି ।