ୱେବ ସାମ୍ବାଦିକଙ୍କୁ ସମାଲୋଚନା କଲେ ଦୂତୀ ଚାନ୍ଦ । କହିଲେ, ଲକ୍ଷେ ଟଙ୍କା ମାଗିଥିଲେ, ନଦେବାରୁ ଜାଣିଣୁଣି ଆପତିଜନକ ଖବର କରୁଛନ୍ତି ପ୍ରକାଶ 

298

କନକ ବ୍ୟୁରୋ: ଅଲିମ୍ପିକ୍ସରେ ଭାଗ ନେଇଥିବା ଓଡିଆ ସ୍ପ୍ରିଂଟର ଦୂତି ଚାନ୍ଦଙ୍କୁ ଧମକ ଦେଉଛନ୍ତି ସାମ୍ବାଦିକ । ଫୋକସ ପ୍ଲସ ନାମକ ଏକ ୱେବପୋର୍ଟାଲର ସାମ୍ବାଦିକ ସ୍ମୃତିରଞ୍ଜନ ଦୂତିଙ୍କୁ ଏକ ଲକ୍ଷ ଟଙ୍କା ମାଗିଥିବା ନେଇ ଅଭିଯୋଗ ଆଣିଛନ୍ତି ଦୂତି ।

କିଛି ଦିନ ତଳେ ଫୋକସ ପ୍ଲସର ସାମ୍ବାଦିକ ସ୍ମୃତିରଞ୍ଜନ ଦୂତିଙ୍କ ଯାଜପୁର ଘରକୁ ଯାଇ ତାଙ୍କ ବାପା, ମାଙ୍କ ସାକ୍ଷାତକାର ନେଇଥିଲେ ।  କିନ୍ତୁ ଦୂତିଙ୍କ ଅଭିଯୋଗ ହେଲା, ବାପା, ମାଙ୍କୁ ବାଧ୍ୟକରି  ତାଙ୍କ ବିରୋଧରେ ଖବର ସଂଗ୍ରହ କରିଛନ୍ତି ଫୋକସ ପ୍ଲସର ସାମ୍ବାଦିକ । ଆଉ ସେହି ଖବରକୁ ପ୍ରସାରିତ କରିବାର ଭୟ ଦେଖାଇ ଏକ ଲକ୍ଷ ଟଙ୍କା ଲାଂଚ ମାଗୁଛନ୍ତି ।

ଫୋକସ ପ୍ଲସ ସାମ୍ବାଦିକଙ୍କ ସହ ହ୍ୱାଟସଅପ ଚାଟର ସ୍କିନସଟ ବି ସେୟାର କରିଛନ୍ତି ଦୂତି ଚାନ୍ଦ ।