ଖୁଦୁରୁକୁଣୀ ଓଷା କଲେ, ସେଲ୍ଫି ନେଲେ । ଗାଁରେ ମାଆଙ୍କ ପୂଜା କଲେ ଦୂତୀ ଚାନ୍ଦ ।

314

କନକ ବ୍ୟୁରୋ: ଖୁଦୁରୁକୁଣୀ ଓଷାର ଶେଷ ପାଳି ପାଳିଲେ ଦୂତୀ ଚାନ୍ଦ । ନିଜ ଗାଁରେ ଏ ପାଳି ବି ଖୁଦୁରୁକୁଣୀ ଓଷା କଲେ ଦୂତୀ । ଯାଜପୁର ଜିଲ୍ଲା ରସୁଲପୁର ବ୍ଲକ ସ୍ଥିତ ଚକଗୋପାଳପୁରକୁ ଯାଇ ଗାଁ ଯୁବତୀଙ୍କ ସହ ଦୂତୀ କରିଛନ୍ତି ଖୁଦୁରୁକୁଣୀ ଓଷା । ରବିବାର ଖୁଦୁରୁକୁଣୀ ଓଷାର ଶେଷ ପାଳି ପାଇଁ ସେ ତାଙ୍କ ଗାଁରେ ମାଆ ମଙ୍ଗଳାଙ୍କ ପୂଜା କରିବା ସହ ଭାଇମାନଙ୍କ ଦୀର୍ଘ ଜୀବନର କାମନା କରିଛନ୍ତି । ଏଥିସହ ଓଷା କରୁଥିବା ସମସ୍ତ ଭଉଣୀମାନଙ୍କୁ ଶୁଭକାମନା ଜଣାଇଛନ୍ତି । ଆଉ ପୂଜାମଣ୍ଡପରେ ପୂରା କରିବା ବେଳର ସେଲ୍ଫି ନେଇ ନିଜ ସୋସିଆଲ ମିଡିଆରେ ପୋଷ୍ଟ କରିଛନ୍ତି ଦୂତୀ ।

ପୂର୍ବଥର ଅର୍ଥାତ ଗତ ସେପ୍ଟେମ୍ବର ୫ରେ ମଧ୍ୟ ଗାଁକୁ ଯାଇ ଖୁଦୁରୁଖୁଣୀ ଓଷା ପାଳିଥିଲେ ଦୂତୀ । ପୂର୍ବଥର ଓଷା କରି ଫେସବୁକରେ ଦୂତୀ ଲେଖିଥିଲେ, ମୁଁ ପ୍ରତି ବର୍ଷ ଖୁଦୁରୁକୁଣୀ ଓଷାରେ ଗାଁକୁ ଆସେ ଆଉ ଖୁସି ମନାଏ । ପ୍ରତି ବର୍ଷ ଧୁମଧାମରେ ଖୁଦୁରୁକୁଣୀ ଓଷା ପାଳନ ହୁଏ । ମୁଁ ଅନେକ ସିନେ ତାରକା ଓ ସେଲିବ୍ରିଟିଙ୍କୁ ଗାଁକୁ ନିମନ୍ତ୍ରଣ କରେ । ଆଉ ଭୋଜିର ଆୟୋଜନ କରି ସମସ୍ତଙ୍କୁ ଖାଇବାକୁ ଦିଏ । ହେଲେ କରୋନା ପାଇଁ ଗତ ୨ ବର୍ଷ ହେବ ଏସବୁ କିଛି ହୋଇପାରୁନି । ମାତ୍ର ମୁଁ ଖୁଦୁରୁକୁଣୀ ସମୟରେ ଗାଁକୁ ଆସିବାକୁ କେବେ ଭୁଲେନି । ମୁଁ ମୋ ପରିବାର ଲୋକଙ୍କ ସହ ମିଶି ଖୁସି ମନାଇବା ସହ ବଡମାନଙ୍କ ଆଶିଷ ଲୋଡିଛିଟ୍ଟ ବୋଲି ଦୂତୀ ଲେଖିଥିଲେ । ଗତଥର ଖୁଦୁରୁକୁଣୀ ଦିନ ଗୁରୁଦିବସ ପଡିଥିବାରୁ ସେ ନିଜ ପିତାମାତାଙ୍କ ସହ ସମୟ ବିତାଇ ଫଟୋ ଛାଡିଥିଲେ ।