ଗାଁରେ ଦୂତୀ କଲେ ଖୁଦୁରୁକୁଣୀ ଓଷା । ଲେଖିଲେ ଏମିତି କଥା…

2,907

କନକ ବ୍ୟୁରୋ: ଖୁଦୁରୁକୁଣୀ କଲେ ଦୌଡରାଣୀ ଦୂତୀ ଚାନ୍ଦ । ନିଜ ଗାଁରେ ଖୁଦୁରୁକୁଣୀ ଓଷା ପାଳିଲେ ଦୂତୀ । ଯାଜପୁର ଜିଲ୍ଲା ରସୁଲପୁର ବ୍ଲକ ସ୍ଥିତ ଚକଗୋପାଳପୁରକୁ ଯାଇ ଗାଁ ଯୁବତୀଙ୍କ ସହ ଦୂତୀ କରିଛନ୍ତି ଖୁଦୁରୁକୁଣୀ ଓଷା । ରବିବାର ଖୁଦୁରୁକୁଣୀ ଓଷା ପାଇଁ ସେ ତାଙ୍କ ଗାଁରେ ମାଆ ମଙ୍ଗଳାଙ୍କ ପୂଜା କରିବା ସହ ଭାଇମାନଙ୍କ ଦୀର୍ଘ ଜୀବନର କାମନା କରିଛନ୍ତି । ଏଥିସହ ପରିବାର ଓ ଗାଁ ଯୁବତୀଙ୍କ ସହ ସମୟ ବିତାଉଥିବା ନେଇ ନିଜ ସୋସିଆଲ ମିଡିଆରେ ସେୟାର କରିଛନ୍ତି ଦୂତୀ ।

ଫେସବୁକରେ ଦୂତୀ ଲେଖିଛନ୍ତି, ମୁଁ ପ୍ରତି ବର୍ଷ ଖୁଦୁରୁକୁଣୀ ଓଷାରେ ଗାଁକୁ ଆସେ ଆଉ ଖୁସି ମନାଏ । ପ୍ରତି ବର୍ଷ ଧୁମଧାମରେ ଖୁଦୁରୁକୁଣୀ ଓଷା ପାଳନ ହୁଏ । ମୁଁ ଅନେକ ସିନେ ତାରକା ଓ ସେଲିବ୍ରିଟିଙ୍କୁ ଗାଁକୁ ନିମନ୍ତ୍ରଣ କରେ । ଆଉ ଭୋଜିର ଆୟୋଜନ କରି ସମସ୍ତଙ୍କୁ ଖାଇବାକୁ ଦିଏ । ହେଲେ କରୋନା ପାଇଁ ଗତ ୨ ବର୍ଷ ହେବ ଏସବୁ କିଛି ହୋଇପାରୁନି । ମାତ୍ର ମୁଁ ଖୁଦୁରୁକୁଣୀ ସମୟରେ ଗାଁକୁ ଆସିବାକୁ କେବେ ଭୁଲେନି । ମୁଁ ମୋ ପରିବାର ଲୋକଙ୍କ ସହ ମିଶି ଖୁସି ମନାଇବା ସହ ବଡମାନଙ୍କ ଆଶିଷ ଲୋଡିଛି… ବୋଲି ଦୂତୀ ଲେଖିଛନ୍ତି ।

ସେପଟେ ସକାଳେ ଗୁରୁଦିବସ ପାଇଁ ଗୁରୁଙ୍କୁ ମନେପକାଇଥିଲେ ଧାବିକା ଦୂତୀ ଚାନ୍ଦ । ଫେସବୁକରେ ଗୁରୁଙ୍କୁ ପ୍ରଣାମ ଜଣାଇଥିଲେ । ଭଉଣୀ, ବାପା, ମା, ଅଚ୍ୟୁତ୍ ସାମନ୍ତ ଓ କୋଚଙ୍କୁ ମନେ ପକାଇ ଲେଖିଥିଲେ, ଆଥଲେଟ୍ ଜୀବନରେ ମୋ ବଡ ଭଉଣୀଠାରୁ ବହୁତ କିଛି ଶିଖିଛି । ସେ ମୋ ଗୁରୁ । ଆମ ଭିତରେ ଯେତେ କିଛି ସମସ୍ୟା ରହିଲେ ବି ସେ ମୋ ବଡ ଭଉଣୀ । କ୍ରୀଡାବିତ ହିସାବରେ ଯିଏ ମୋତେ ପ୍ରୋତ୍ସାହନ ଦେଇଛି । ମୋ ବାପା ମୋ ମା ମତେ ଜନ୍ମ ଦେଇ ସତମାର୍ଗ ଦେଖାଇଛନ୍ତି । କୋଚ ନୀଳମାଧବ ଦେଓ ଓ ଚିତରଞ୍ଜନ ମହାପାତ୍ର ଶିବ ମିଶ୍ରଙ୍କ ଠାରୁ ଅନେକ କିଛି ଶିଖିଛି । ଅଚ୍ୟୁତ୍ ସାମନ୍ତ ଦିଗଦର୍ଶନ ଦେଇଛନ୍ତି ।