୧୦୦ ମିଟର ରେସରେ ନୂଆ ଜାତୀୟ ରେକର୍ଡ କଲେ ଦୂତୀ । ୧୧.୧୭ ସେକେଣ୍ଡରେ ଦୌଡିଲେ ୧୦୦ ମିଟର । ୦.୦୨ ସେକେଣ୍ଡ ପାଇଁ ଟୋକିଓ ଅଲିମ୍ପିକ୍ସରୁ ବାଦ୍ ।

155

କନକ ବ୍ୟୁରୋ: ନୂଆ ଜାତୀୟ ରେକର୍ଡ କଲେ ଓଡିଆ ଧାବିକା ଦୂତୀ ଚାନ୍ଦ । ଆଜି ସେ ନିଜ ପୂର୍ବ ଜାତୀୟ ରେକର୍ଡକୁ ଭାଙ୍ଗିବା ସହିତ ୧୦୦ ମିଟର ରେସରେ ନୂଆ କିର୍ତ୍ତୀ ଅର୍ଜନ କରିଛନ୍ତି । ମାତ୍ର ୧୧.୧୭ ସେକେଣ୍ଡରେ ଦୂତୀ ୧୦୦ ମିଟର ଅତିକ୍ରମ କରିବା ସହିତ ରେକର୍ଡ ବୁକରେ ନିଜ ରେକର୍ଡକୁ ନିଜେ ହିଁ ଭାଙ୍ଗିଛନ୍ତି । ତେବେ ଦୁଃଖର ବିଷୟ ହେଉଛି, ମାତ୍ର .୦୦୨ ସେକେଣ୍ଡ ପାଇଁ ସେ ଟୋକିଓ ଅଲିମ୍ପିକ୍ସରୁ ବାଦ୍ ପଡିଛନ୍ତି ।

ଆଜି ଭାରତୀୟ ଧାବିକା ମାନଙ୍କର ରେସରେ ଦୂତୀ ସବୁଠୁ ଆଗରେ ରହିଥିଲେ । ସେ ୧୦୦ ମିଟର ରେସକୁ ମାତ୍ର ୧୧.୧୭ ସେକେଣ୍ଡରେ ଅତିକ୍ରମ କରିଥିଲେ । ତାଙ୍କ ପଛକୁ କର୍ଣ୍ଣାଟକର ଧନେଶ୍ୱରୀ ୧୧.୪୮ ସେକେଣ୍ଡରେ ୧୦୦ ମିଟର ଅତିକ୍ରମ କରିଥିଲେ । ସେହିପରି ପଶ୍ଚିମବଙ୍ଗର ହିମାଶ୍ରୀ ରୟ ୧୧.୭୧ ସେକେଣ୍ଡରେ ୧୦୦ ମିଟର ରେସ୍ ଅତିକ୍ରମ କରିଥିଲେ ।