କେବିସିିରେ ଓଡିଆ ଆଥଲେଟ୍ । ଦୂତି ଚାନ୍ଦଙ୍କ ସଂଘର୍ଷ ଓ ସଫଳତାକୁ ପ୍ରଶଂସା କଲେ ବିଗ୍ ବି । ଦୂତି କହିଲେ, ଅମିତାଭଙ୍କ ପ୍ରଶଂସା ଅବିସ୍ମରଣୀୟ ।

199

କନକ ବ୍ୟୁରୋ : ଲୋକପ୍ରିୟ ରିଆଲିଟି ସୋ କୌନ ବନେଗା କରୋଡପତିରେ ଓଡିଆ ଆଥଲେଟ୍ ଦୂତି ଚାନ୍ଦ । କେବିସିରେ ସାମିଲ ହୋଇ ବିଗ ବିଙ୍କ ପ୍ରଶ୍ନର ଉତ୍ତର ରଖିଛନ୍ତି ଦୂତି । କାର୍ଯ୍ୟକ୍ରମରେ ଦୂତି ତାଙ୍କ କ୍ୟାରିୟର ଏବଂ ସଂଘର୍ଷର କାହାଣୀ ଅମିତାଭଙ୍କ ଆଗରେ ରଖିଛନ୍ତି । ଦୂତିଙ୍କ ସଂଘର୍ଷ ଓ ସଫଳତାର ପ୍ରଶଂସା କରିଛନ୍ତି ବିଗ୍ ବି ଅମିତାଭ ବଚ୍ଚନ ।

ହଟ୍ ସିଟରେ ବସି ଦୂତି, ଅମିତାଭଙ୍କ ପ୍ରଶ୍ନର ଉତ୍ତର ଦେଇ ମୋଟ ୨୫ ଲକ୍ଷ ଟଙ୍କା ଜିତିଛନ୍ତି । ପିଲାଦିନରୁ ଯାହାକୁ ଟିଭି ପରଦାରେ ଦେଖୁଥିଲି, ତାଙ୍କୁ ଆଖି ସାମ୍ନାରେ ଦେଖିବାର ଆନନ୍ଦ ଶବ୍ଦରେ କହିହେବନି ବୋଲି ଦୂତି କହିଛନ୍ତି । ତେବେ ଏହି ଏପିସୋଡରେ ଦୂତିଙ୍କ ସହ ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ ଓପନର ବ୍ୟାଟ୍ସମ୍ୟାନ୍ ବିରେନ୍ଦ୍ର ସେହୱାଗ ମଧ୍ୟ ନଜର ଆସିଥିଲେ ।