ଉତ୍ତର ଭାରତର ୭ଟି ରାଜ୍ୟରେ ଝଡ଼ତୋଫାନର ତାଣ୍ଡବ ! ପ୍ରାଣ ହରାଇଲେଣି ୯୩ ଜଣ, ସର୍ତକ ସୂଚନା ଜାରି କରିଛି ପାଣିପାଗ ବିଭାଗ

42

କନକ ବ୍ୟୁରୋ : ରାଜ୍ୟରେ କାଳବୈଶାଖୀ ତାଣ୍ଡବ ଜାରି ରହିଥିବା ବେଳେ ସାରା ଦେଶରେ ବର୍ଷା ଆଣିଛି ମୃତ୍ୟୁ । ୭ଟି ରାଜ୍ୟରେ ପ୍ରବଳ ବର୍ଷା ଓ ଝଡତୋଫାନରେ ବର୍ତମାନ ସୁଦ୍ଧା ୯୩ ଜଣ ପ୍ରାଣ ହରାଇଛନ୍ତି । ସବୁଠାରୁ ଅଧିକ ପ୍ରଭାବ ରାଜସ୍ଥାନ ଓ ଉତରପ୍ରଦେଶରେ ପଡିଛି । କେବଳ ଉତରପ୍ରଦେଶର ୫୧ ଜଣ ପ୍ରାଣ ହରାଇଥଇବାବେଳେ ରାଜସ୍ଥାନରେ ୨୪ ଜଣଙ୍କ ଜବୀନ ଯାଇଛି । ସେହିଭଳି ଗତକାଲି ରାଜସ୍ଥାନରେ ୧୨୦ କିଲୋମିଟର ବେଗରେ ପବନ ବୋହିଥିଲା । ଏହାଫଳରେ ରାଜ୍ୟର ବିଭିନ୍ନ ସ୍ଥାରେ ପ୍ରବଳ କ୍ଷୟୟତି ହୋଇଛି । ବ୍ୟାପକ ଫସଲ ବି ନଷ୍ଟ ହୋଇଛି । ବିଦ୍ୟୁତ ସରବରାହ ବାଧାପ୍ରାପ୍ତ ହୋଇଛି ।

ସେହିପରି ଉତରାଖଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ଚାରିଧାମା ଯାତ୍ରା ବାଧାପ୍ରାପ୍ତ ହୋଇଛି । ବର୍ଷା ଯୋଗୁଁ ବିଭିନ୍ନ ସ୍ଥାନରେ ଭୁସ୍ଖଳନ ହୋଇଥିବା ଦେଖିବାକୁ ମିଳିଛି । ରାଜସ୍ଥାନ ପଶ୍ଚିମବଙ୍ଗ, ଆନ୍ଧ୍ରପ୍ରଦେଶ, ପଂଜାବ, ହରିୟାଣା ଏବଂ ହିମାଚଳ ପ୍ରଦେଶରେ ହୋଇଥିବା ଭିଷଣ ତୋଫାନ୍ ଦ୍ୱାରା ଜନଜୀବନ ବାଧାପ୍ରାପ୍ତ ହୋଇଛି । ଆନ୍ଧ୍ରପ୍ରଦେଶରେ ୧୮ ଜଣ ପ୍ରାଣ ହରାଇଛନ୍ତି । ଏହାସହ ବିଭିନ୍ନ ସ୍ଥାନରେ ପ୍ରବଳ ଝଡ଼ତୋଫାନ ଯୋଗୁଁ ବଡ଼ ବଡ଼ ଗଛ ଭାଙ୍ଗିପଡ଼ିଥିବା ବେଳେ ବିଦ୍ୟୁତ ସରବରାହ ବାଧାପ୍ରାପ୍ତ ହୋଇଛି । ଦେଶର ବିଭିନ୍ନ ସ୍ଥାନରେ ଝଡବର୍ଷା ଚାଷୀଙ୍କ ଚିନ୍ତା ବଢାଇଦେଇଛି । ଦିଲ୍ଲୀରେ ମଧ୍ୟ ଗତକାଲି ପ୍ରବଳ ବର୍ଷା ହୋଇଛି ।