ବଦଳିଲା ପାଣିପାଗ : ପୂର୍ବାହ୍ନ ସାଢେ ୧୧ଟା ଯାଏଁ ୪ଟି ଜିଲ୍ଲା ପାଇଁ ସତର୍କ ସୂଚନା, କୁଆ ପଥର ମାଡ ସହ ହୋଇପାରେ ଧୁଳିଝଡ

ବଦଳିଲା ପାଣିପାଗ : ପୂର୍ବାହ୍ନ ସାଢେ ୧୧ଟା ଯାଏଁ ୪ଟି ଜିଲ୍ଲା ପାଇଁ ସତର୍କ ସୂଚନା, କୁଆ ପଥର ମାଡ ସହ ହୋଇପାରେ ଧୁଳିଝଡ

source : Telegraph India

କନକ ବ୍ୟୁରୋ : ବଦଳିଛି ପାଣିପାଗ । ରାଜ୍ୟର ୪ଟି ଜିଲ୍ଲାରେ କାଳବୈଶାଖୀ ସମ୍ଭବନା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ନୟାଗଡ, ଅନୁଗୁଳ, କଟକ ଓ ଖୋର୍ଦ୍ଧାରେ କୁଆ ପଥର ସହ ଧୁଳି ଝଡ ହେବାର ସମ୍ଭାବନା ରହିଛି । ଏହି ସମୟରେ ଘଂଟାପ୍ରତି ୫୦ରୁ ୬୦ କିଲୋମିଟର ବେଗରେ ପବନ ବହିପାରେ । ପୂର୍ବାହ୍ନ ସାଢେ ୧୧ଟା ଯାଏଁ ସତର୍କ ସୂଚନା ଜାର କରିଛି ଆଂଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ।

ପଶ୍ଚିମ ଓଡ଼ିଶାବାସୀଙ୍କୁ ତାତିରୁ ମିଳିଛି ଟିକିଏ ଆଶ୍ୱସ୍ତି। ତିନି ଦିନ ହେଲା ୪୪ ଡିଗ୍ରି ଉପରକୁ ଚାଲିଯାଇଥିବା କିଛି ସହରର ତାପମାତ୍ରା ଆଜି ଗୋଟିଏରୁ ଦୁଇ ଡିଗ୍ରି ପର୍ଯ୍ୟନ୍ତ କମିଛି। ଝାରସୁଗୁଡ଼ା ସହରର ତାପମାତ୍ରା ୪୨.୫ ଡିଗ୍ରିକୁ ଖସି ଆସିଥିବା ବେଳେ ବଲାଙ୍ଗୀରର ତାପମାତ୍ରା ୪୩.୩, ସୋନପୁରର ୪୩.୨ ଓ ଟିଟିଲାଗଡ଼ ୪୩ ଡିଗ୍ରିକୁ ଖସିଛି। ଅନ୍ୟ ସହରଗୁଡ଼ିକର ତାପମାତ୍ରା ମଧ୍ୟ କିଛିଟା କମିଥିବା ନେଇ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି।

ରାଜ୍ୟର ୧୧ଟି ସହରରର ତାପମାତ୍ରା ୪୦ ଡିଗ୍ରି ଉପରେ ରହିଥିଲେ ମଧ୍ୟ କେତେକ ସ୍ଥାନରେ କାଳବୈଶାଖୀ ପ୍ରଭାବ ଜାରି ରହିଛି। ଗତ ୨୪ ଘଣ୍ଟାରେ ମାଲକାନଗିରିରେ ସର୍ବାଧିକ ୨୭ ମି.ମି. ବର୍ଷା ହୋଇଥିବା ବେଳେ ଦାରିଙ୍ଗବାଡ଼ିରେ ୧୯ ମି.ମି., ଭବାନୀପାଟଣାରେ ୪.୬ ମି.ମି., ପୁରୀ, ଗୋପାଳପୁର, ଭୁବନେଶ୍ୱରର କେତେକ ସ୍ଥାନରେ ହାଲକା ବର୍ଷା ହୋଇଛି। ଆସନ୍ତା ୧୫ ତାରିଖ ପର୍ୟ୍ୟନ୍ତ ପଶ୍ଚିମ ଓଡ଼ିଶାରେ ତାତି ଜାରି ରହିବା ସହ କାଳବୈଶାଖୀର ବି ପ୍ରଭାବ ରହିବ। ମେ’ ୧୨ରେ କେନ୍ଦୁଝର, ମୟୂରଭଞ୍ଜ ସମେତ ଉତ୍ତର ଓଡ଼ିଶାର ଗୋଟିଏ ଦୁଇଟି ସ୍ଥାନରେ କାଳବୈଶାଖୀ ହୋଇପାରେ। ୧୩ ଓ ୧୪ ତାରିଖରେ କନ୍ଧମାଳ, ଗଜପତି, ରାୟଗଡ଼ା ଓ ଗଞ୍ଜାମ ଏବଂ ୧୫ ତାରିଖରେ ଖୋର୍ଧା, ଗଞ୍ଜାମ, ବାଲେଶ୍ୱର ଓ ଭଦ୍ରକରେ କାଳବୈଶାଖୀ ପ୍ରଭାବରେ ବର୍ଷା ସହ ଘଣ୍ଟାପ୍ରତି ୫୦ରୁ ୬୦ କି.ମି. ବେଗରେ ପବନ ହେବାର ପୂର୍ବାନୁମାନ କରିଛି ପାଣିପାଗ କେନ୍ଦ୍ର।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe