କାହିଁକି ନବରାତ୍ରିର ଦଶମ ଦିନରେ ଦଶହରା ପାଳନ ହୁଏ ? ଜାଣନ୍ତୁ ଏହାର ପୈାରାଣିକ କଥା

493

କନକ ବ୍ୟୁରୋ : ହିନ୍ଦୁ କ୍ୟାଲେଣ୍ଡର ଅନୁସାରେ ଦଶହରା ଆଶ୍ୱିନ ମାସରେ ପାଳନ କରାଯାଇଥାଏ । ଯାହା ସାଧାରଣରେ ଅକ୍ଟୋବର ବା ଡିସେମ୍ବର durga-puja-celebration-in-kolkataମାସରେ ପଡିଥାଏ । ଏହି ପର୍ବକୁ ଭାରତରେ ବହୁତ ଧୁମଧାମରେ ଉତ୍ସାହର ସହ ପାଳନ କରାଯାଇଥାଏ । ପ୍ରତି ରାଜ୍ୟରେ ଏହାକୁ ବିଭିନ୍ନ ବିଭିନ୍ନ ପାରମ୍ପରିକ ରୀତି-ନୀତିରେ ଏହି ପର୍ବକୁ ପାଳିବାର ପ୍ରଥା ଅଛି । ଦଶହରା ନଅ ଦିନ ଠାରୁ ଜାରି ଦୁର୍ଗା ପୂଜା ଉତ୍ସବର ସମାପ୍ତିର ପ୍ରତୀକ ଅଟେ । ଦକ୍ଷିଣ ଭାରତରେ ଏହି ଅବସରରେ ଦେବୀ ଦୁର୍ଗା ଓ ଦେବୀ ଚାମୁଣ୍ଡେଶ୍ୱରୀଙ୍କର ପୂଜା କରାଯାଏ । ଯିଏ ଲୋକଙ୍କ ରକ୍ଷା ପାଇଁ ଅସୁରଙ୍କର ସେନା ସହ ଚାମୁଣ୍ଡା ପାହାଡରେ ଯୁଦ୍ଧ କରି ପରାଜିତ କରିଥିଲେ । ଏହି ସମୟରେ ଦେବୀ ଦୁର୍ଗାଙ୍କ ସହ ଦେବୀ ଲକ୍ଷ୍ମୀ, ଦେବୀ ସରସ୍ୱତୀ, ଭଗବାନ ଗଣେଶ ଓ କାର୍ତ୍ତିକେୟଙ୍କର ପୂଜା ମଧ୍ୟ କରାଯାଏ । ଆଉ ମଧ୍ୟ ଦଶହରା ଦିନ ଲୋକେ ମା’ ଦୁର୍ଗାଙ୍କର ମୂର୍ତ୍ତିଗୁଡିକର ବିଧି-ବିଧାନର ସହ ବିସର୍ଜନ ମଧ୍ୟ କରିଥାନ୍ତି ।

how-india-celebrates-dussehra-in-delhiଦଶହରାର ମହତ୍ତ୍ୱ –
ଦଶହରା ପର୍ବ ପାଳିବା ପଛରେ ଅସଲ କଥା ହେଲା ଭଗବାନ ଶ୍ରୀରାମଙ୍କ ସହ ଯୋଡି ହୋଇଥିବା କଥାବସ୍ତୁ । ୧୪ବର୍ଷର ବନବାସ ରେ ରାବଣ ଦ୍ୱାରା ସୀତା ଙ୍କର ହରଣ ହୋଇଥିଲା । ମା’ ସୀତାଙ୍କୁ ଉଦ୍ଧାର କରିବା ପାଇଁ ଏବଂ ଅଧର୍ମୀ ରାବଣ କୁ ବିନାଶ କରିବା ପାଇଁ ଭଗବାନ ରାମ ରାବଣ ସାଥିରେ ଅନେକ ଦିନଧରି ଯୁଦ୍ଧ କରିଥିଲେ । ଶାରଦୀୟ ନବରାତ୍ରି ଦିନରେ ଭଗବାନ ରାମ ଶକ୍ତିର ଦେବୀ ଦୁର୍ଗା ଙ୍କର ଆରାଧନା ନଅଦିନ ଧରି କରିଥିଲେ । ଏହାପରେ ମା’ ଦୁର୍ଗାଙ୍କର ବରଦାନ ହୋଇଥିଲା । ଏହାପରେ ମା’ ଦୁର୍ଗ ଙ୍କର ସହଯୋଗରେ ରାମ ଯୁଦ୍ଧର ଦଶମ ଦିନରେ ରାବଣର ବଧ କରି ତା’ର ଅତ୍ୟାଚାରରୁ ସମସ୍ତଙ୍କୁ ରକ୍ଷା କରିଥିଲେ । ଏହି ପରମ୍ପରା ଅନୁସାରେ , ପ୍ରତିବର୍ଷ ରାବଣ , ମେଘନାଦ ଓ କୁମ୍ଭକର୍ଣ୍ଣକୁ ଅଧର୍ମର ପ୍ରତୀକ ମାନି ଏମାନଙ୍କର ପୁତ୍ତଳିକା ଦଶହରା ଦିନ ଜଳାଯାଏ ।

durga pujaଏହାସହ ପୈାରାଣିକ ମାନ୍ୟତା ଅନୁସାରେ ନଅ ଦିନ ଧରି ମହିଷାସୁର ଓ ଅସୁରମାନଙ୍କ ସେନା ସହିତ ମା’ ଦୁର୍ଗା ଯୁଦ୍ଧ କରିଥିଲେ । ଏବଂ ଶେଷରେ ଦଶମ ଦିନରେ ମହିଷାସୁର ର ବଧ କରି ବିଜୟ ପ୍ରାପ୍ତ ହୋଇଥିଲେ । ଏତିପାଇଁ ଏହି ଉତ୍ସବକୁ ମନ୍ଦ ଉପରେ ଭଲର ପ୍ରତୀକ ଭାବେ ବିଶ୍ୱାସ କରାଯାଏ । ଆଉ ମଧ୍ୟ ଏହି ଦିନରେ ମନ୍ଦକୁ ପରିତ୍ୟାଗ କରିବାକୁ ଶପଥ ନିଆଯାଏ ।

ଦଶହରା ଏକ ହସ ଖୁସିର ପର୍ବ ଅଟେ । ଶାରଦୀୟ ନବରାତ୍ରିର ସ୍ଥାପନା କଳସ ଓ ମୂର୍ତ୍ତି ର ବିସର୍ଜନ ଏହି ଦିନ କରାଯାଏ । ଏମିତି ଭାବେ ଦଶହରା ଏକ ପ୍ରତୀକ ପର୍ବ ଅଟେ । ଦଶହରାର ପୁତ୍ତଳିକା ଖରାପ ଓ ସବୁ ପ୍ରକାରର ଅମାନବୀୟ ପ୍ରବୃତିର ପ୍ରତୀକ ମାନି ଜଳାଯାଏ । ଯେଉଁଥିରେ ଆମର ସମାଜ ଏହି ପ୍ରକାରର ମନ୍ଦ ବିକୃତିଗୁଡିକରୁ ମୁକ୍ତ ହେବ । ଆଶ୍ୱିନର ଦଶମୀ ତିଥିରେ ଦଶ ମୁଣ୍ଡ ଥିବା ରାବଣକୁ ଜଣାଯାଏ । ଏଥିରେ କାମ , କ୍ରୋଧ , ଲୋଭ , ମୋହ ,ମଦ , ମତ୍ସର , ଆଳସ୍ୟ , ହିଂସା ଓ ଚୋରୀ ଆଦି ଏହି ଦଶ ମନ୍ଦ ପ୍ରବୃତିକୁ ତ୍ୟାଗ କରିବାର ଏକ ମାଧ୍ୟମ ଅଟେ ଦଶହରା । ତାହେଲେ ଯାଇ ଧର୍ମ ଉପରେ ଅଧର୍ମର ବିଜୟ ହୋଇପାରିବ ।