ସାରାଦେଶରେ ଧୁମଧାମରେ ଚାଲିଛି ଦଶହରା ପର୍ବ । ଠାଏଁ ଠାଏଁ ସ୍ଥାନରେ ଦହନ ହେଉଛନ୍ତି ଦାନବରାଜ ରାବଣ । କିନ୍ତୁ ଆଜି ବି ମନେ ପଡିଯାଉଛି ବର୍ଷେ ତଳର ଦଶହରା ଆଉ ରାବଣ ପୋଡିର କଥା । ଗତବର୍ଷ ପଞ୍ଜାବର ଅମୃତସରରେ ରାବଣ ଦହନ ସମୟରେ ଚାଲିଯାଇଥିଲା ୬୦ ଜଣଙ୍କ ଜୀବନ ଏବଂ ଗୁରୁତର ହୋଇଥିଲେ ୧୦୦ ଜଣ । ଆଜି ବି ସେ କଳାଦିନକୁ ମନେ ପକାଇଲେ ଛାତି ଥରି ଉଠୁଛି । ଉତ୍ସବମୁଖର ଥିବା ସ୍ଥାନଟି ନିମିସକ ମାତ୍ରକେ ବୁକୁଫଟା ଚିତ୍କାରରେ ପରିଣତ ହୋଇଥିଲା । ଘଟଣାଟି ଥିଲା କିଛି ଏଭଳି । ଅମୃତସର ଜୋଡା ଫାଟକ ନିକଟରେ ଦଶହରା ଆୟୋଜନ କରାଯାଇଥିଲା ଏବଂ ରାବଣ ଦହନର ମଧ୍ୟ ଆୟୋଜନ କରାଯାଇଥିଲା । ଏହି ସମୟରେ ରେଲୱେ ଟ୍ରାକ୍ ରେ ଲୋକମାନେ ଠିଆହୋଇ ଉତ୍ସବକୁ ଉପଭୋଗ କରୁଥିଲେ ।
ଉକ୍ତ ସମୟରେ ଅଚାନକ ଟ୍ରେନ୍ ଚାଲିଆସିଥିଲା ଏବଂ କିଛି ସମୟ ମଧ୍ୟରେ ମୃତ୍ୟୁର ତାଣ୍ଡବ ଦେଖିବାକୁ ମିଳିଥିଲା । ପଠାନକୋଟ୍ ଡିଏମୟୁ ଟ୍ରେନ୍ ଟ୍ରାକ୍ ରେ ଠିଆ ହୋଇଥିବା ଲୋକଙ୍କ ଉପରେ ଚଢିଯାଇଥିଲା । ସାମ୍ନାରେ ଜଳୁଥିଲା ରାବଣ ଆଉ ଏପଟେ ଶୁଭୁଥିଲା ଲୋକଙ୍କ ରଡି । ଅକ୍ଟୋବର ୧୯ , ୨୦୧୮ ରେ ଘଟିଥିଲା ଏହି ଘଟଣା । ସମ୍ପୁର୍ଣ୍ଣ ଦେଶକୁ ଏହି ଗୋଟିଏ ଦୁର୍ଘଟଣା ହଲାଇ ରଖିଦେଲା । କେହି କିଛି ଭାବିବା ଆଗରୁ ଦ୍ରୁତ ବେଗରେ ଆସୁଥିବା ଟ୍ରେନ୍ ଚଢିଗଲା ଲୋକଙ୍କ ଉପରେ । ଚାରିଆଡେ ବୋହିଥିଲା ରକ୍ତର ନଦୀ । ରାବଣର ଦହନ ଏବଂ ବାଣର ଶବ୍ଦ ଭିତରେ କାହାରିକୁ ଟ୍ରେନର ଶବ୍ଦ ଶୁଣାଯାଇନଥିଲା । ଆଉ ଘଟଣା ପରେ ବାଣର ଉଜ୍ଜ୍ୱଳତାରେ ଆତ୍ମୀୟଙ୍କୁ ଖୋଜୁଥିଲେ ଘରଲୋକେ । ରାବଣ ଦହନ ସମୟରେ କେହି ତାଳି ବଜାଉଥିଲା ତ କେହି ଭିଡିଓ ରେକର୍ଡିଂ କରୁଥିଲା ଏବଂ ସେହି ସମୟରେ ଘଟିଗଲା ଏହି ଘଟଣା । ଘଟଣାକୁ ବର୍ଷେ ବିତିଯାଇଛି ଲୋକଙ୍କୁ ମନରୁ ବି ଘଟଣାର ସ୍ମୃତି ପୋଛି ହୋଇଯାଇଛି । କିନ୍ତୁ ପୀଡିତ ପରିବାରଙ୍କ ପାଇଁ ଦଶହରା ସମୟ କୌଣସି କଳାଦିନଠାରୁ କମ୍ ନୁହଁ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/12/05/2024-12-05t085615664z-9834a11b-9015-4cfe-ae63-b20008d51374.jpg)
/kanak/media/post_attachments/wp-content/uploads/2019/10/images-6-2.jpg)
/kanak/media/post_attachments/wp-content/uploads/2019/10/images-4-2-264x300.jpg)
/kanak/media/post_attachments/wp-content/uploads/2019/10/images-8-3-300x152.jpg)