ସକାଳେ ବିଧାନସଭା ରାତିରେ ସ୍ୱର୍ଗଦ୍ୱାର : ଗାଁରେ ଲାଗି ରହିଛି ଚାପା ଉତ୍ତେଜନା

ଜଗତସିଂହପୁର କୁଜଙ୍ଗର ଦୁଷ୍ମନ୍ତଙ୍କ ମୃତ୍ୟୁ ପରେ ରାତିରେ ହେଲା ପୋଷ୍ଟମର୍ଟମ; ବ୍ଲକ ପ୍ରଶାସନ ପକ୍ଷରୁ ଦିଆଗଲା ସହାୟତା

392

କନକ ବ୍ୟୁରୋ : ସକାଳେ ବିଧାନସଭା, ସନ୍ଧ୍ୟାରେ ସ୍ୱର୍ଗଦ୍ୱାର । ଜଗତସିଂହପୁର କୁଜଙ୍ଗର ଦୁଷ୍ମନ୍ତ ଦାସ ସକାଳେ ଆସିଥିଲେ ବିଧାନସଭା । ଗତକାଲି ପୂର୍ବାହ୍ନ ପ୍ରାୟ ସାଢେ ୧୧ଟାବେଳେ ବିଧାନସଭା ମୁଖ୍ୟ ଫାଟକ ସମ୍ମୁଖର ପଂହଚିଥିଲେ । କେହି କିଛି ବୁଝିବା ଓ ଜାଣିବା ପୂର୍ବର ସେ ହଠାତ ତାଙ୍କର ହାତ କାଟିଦେଇଥିଲେ । ଚିତ୍କାର ଶୁଣିବା ପରେ ପୁଲିସ ଅଧିକାରୀ ଓ କର୍ମଚାରୀ ତାଙ୍କୁ ଘେରିଯାଇଥିଲେ । ଘଟଣା ଦେଖି ଗଣମାଧ୍ୟମ ପ୍ରତିନିଧିମାନେ ସେଠାରେ ପଂହଚିଯାଇଥିଲେ । ପ୍ରଥମେ ତାଙ୍କୁ କ୍ୟାପିଟାଲ ହସପିଟାଲ ଓ ପରେ କଟକ ବଡ ଡାକ୍ତରଖାନାକୁ ନିଆଯାଇଥିଲା । ମାତ୍ର ସନ୍ଧ୍ୟାରେ ତାଙ୍କର ମୃତ୍ୟୁ ହୋଇଥିଲା ।

ଦୁଷ୍ମନ୍ତଙ୍କ କହିବା କଥା ହେଲା ଜଗତସିଂହପୁର ଜିଲ୍ଲା କୁଜଙ୍କ ପଙ୍କପାଳ ଅଂଚଳର ଦୁଷ୍ମନ୍ତ ଦାସ ଗତବର୍ଷ ମାର୍ଚ୍ଚରେ ଏକ ସଡ଼କ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲେ । ଘରକୁ ଫେରୁଥିବା ବେଳେ ପିକଅପ୍ ଭ୍ୟାନ୍ ଧକ୍କାରେ ତାଙ୍କର ବାମ ଗୋଡ଼ରେ ଗଭୀର ଆଘାତ ଲାଗିଥିଲା । ପ୍ରଥମେ ତାଙ୍କୁ ଜଗତସିଂହପୁର ମେଡିକାଲ ଓ ପରେ ଏସସିବିରେ ଭର୍ତ୍ତି କରାଯାଇଥିଲା । ଗତବର୍ଷ ମାର୍ଚ୍ଚ ୨୨ରେ ଏସସିବିରେ ପ୍ଲାଷ୍ଟିକ ସର୍ଜରୀ ବିଭାଗରେ ତାଙ୍କର ଅସ୍ତ୍ରୋପଚାର ହୋଇଥିଲା । ସେହିପରି ଗତବର୍ଷ ଜୁନରେ ପୁଣି ଥରେ ତାଙ୍କର ଅସ୍ତ୍ରୋପଚାର କରାଯାଇଥିଲା । ପରେ ଡାକ୍ତର ଭଲ ହୋଇଯିବ କହି ଏସସିବିରୁ ଡିସଚାର୍ଜ କରାଇଥିଲେ । ହେଲେ ସେ ଘରକୁ ଆସିବା ପରେ ଦୀର୍ଘଦିନ ପରେ ବି ଗୋଡ଼ରୁ ଯନ୍ତ୍ରଣା କମି ନଥିଲା । ବାମ ଗୋଡ଼ ସଠିକ ଭାବେ କାମ ନକରିବାରୁୁ ଚାଲିବା ବି ତାଙ୍କ ପକ୍ଷେ କଷ୍ଟକର ହୋଇପଡ଼ିଥିଲା ।