ଦୁଷ୍ମନ୍ତଙ୍କ ପରିବାରକୁ ପୌଷ୍ୟ ଭାବେ ଗ୍ରହଣ କଲେ ପାରାଦୀପ ବିଧାୟକ

273

କନକ ବ୍ୟୁରୋ : ଦୁଷ୍ମନ୍ତ ଦାସଙ୍କ ପରିବାରକୁ ପୋଷ୍ୟ ଭାବେ ଗ୍ରହଣ କଲେ ପାରାଦୀପ ବିଧାୟକ ସମ୍ବିତ ରାଉତରାୟ । ପରିବାରର ସମସ୍ତ ଭଲ ମନ୍ଦ ବୁଝିବେ ବୋଲି ବିଧାୟକ ସମ୍ବିତ ରାଉତରାୟ ପ୍ରତିଶ୍ରୁତି ଦେଇଛନ୍ତି । ଦୁଷ୍ମନ୍ତ ଦାସଙ୍କ ଦୁର୍ଭାଗ୍ୟ ଜନକ ବିୟୋଗରେ ସେ ଅତ୍ୟନ୍ତ ମର୍ମାହତ ବୋଲି କହିଛନ୍ତି । ଦୁଃଖଦ ସମୟରେ ପରିବାର ସହ ଅଛନ୍ତି ଓ ତାଙ୍କ ପରିବାରକୁ ପୋଷ୍ୟ ଭାବେ ଗ୍ରହଣ କରିଥିବା କହିଛନ୍ତି । ଦୁଷ୍ମନ୍ତଙ୍କୁ କଟକ ବଡ ମେଡିକାଲକୁ କିଏ ଡାକି ନେଇଥିଲା, ତାହାର ଯାଂଚ ପାଇଁ ମେଡିକାଲ ସିସିଟିଭି ଫୁଟେଜ ଯାଂଚ ପାଇଁ ସେ ଦାବି କରିଛନ୍ତି । ରାଜ୍ୟ ସରକାର ଦୁଷ୍ମନ୍ତଙ୍କ ପତ୍ନୀଙ୍କୁ ଚାକିରି ଦେବାକୁ ଘୋଷଣା କରିଛନ୍ତି । ମୃତକଙ୍କ ପରିବାରକୁ ୧ ଲକ୍ଷ ଟଙ୍କାର ସରକାରୀ ସହାୟତା ଓ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିରୁ ୩୦ ହଜାର ଟଙ୍କା ଦିଆଯାଇଛି ।

ସେପଟେ, ଦୁଷ୍ମନ୍ତଙ୍କ ମୃତ୍ୟୁ ନେଇ ତାଙ୍କ ମା ଜୟନ୍ତୀ ଦାସ କୁଜଙ୍ଗ ଥାନାରେ ଏତଲା ଦେବା ପରେ ଏହି ଘଟଣା ଏବେ ନୂଆ ମୋଡ ନେଇଛି । ବାସନ୍ତୀ ତାଙ୍କ ଅଭିଯୋଗରେ ଦର୍ଶାଇଛନ୍ତି ବୁଧବାର ସକାଳେ ଜଣେ ବ୍ୟକ୍ତି ତାଙ୍କ ପୁଅକୁ କଟକ ବଡ ମେଡିକାଲରେ ପଂହଚି ବିଭିନ୍ନ କଥା କହି ଭୁବନେଶ୍ୱର ନେଇଥିଲେ । ପୁଅ ଗଲାବେଳେ କହିଥିଲା ସେ ଭୁବନେଶ୍ୱର ଯାଉଛି, ସେଠୁ ଆସିଲେ ଗାଁକୁ ଯିବେ । ଏହାର କିଛି ସମୟ ପରେ ସେ ହାତ କାଟି ବିଷ ପିଇ ଆତ୍ମହତ୍ୟା ଉଦ୍ୟମ କରିବାକୁ ଜାଣିବାକୁ ପାଇଥିଲେ । ତାଙ୍କ ପୁଅକୁ କଟକରୁ ନେଇ ଯାଇଥିବା ବ୍ୟକ୍ତି ଏଭଳି ହାତକାଟି, ବିଷ ପିଆଇଥିବା ସେ ସନ୍ଦେହ କରୁଛନ୍ତି ବୋଲି ଏତଲାରେ ତାଙ୍କ ମା ଅଭିଯୋଗ କରିଛନ୍ତି ।