କନକ ବ୍ୟୁରୋ: ବିଧାନସଭା ଶୀତ ଅଧିବେଶନ ପୂର୍ବରୁ ବାଚସ୍ପତିଙ୍କ ତାଗିଦ । ବିଧାନସଭା ଗୃହରେ ହୋ ହଲ୍ଲା କରିପାରିବେନି କୌଣସି ବିଧାୟକ । ପ୍ରଶ୍ନକାଳ ସମୟରେ ଏବଂ ରାଜ୍ୟପାଳଙ୍କ ଅଭିଭାଷଣ ସମୟରେ ବିଧାନସଭା ଗୃହରେ କୌଣସି ବିଧାୟକ ହୋ ହଲ୍ଲା କରିପାରିବେନି ବୋଲି ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ସୂଚନା ଦେଇଛନ୍ତି । ଦେଶର ସମସ୍ତ ରାଜ୍ୟର ବାଚସ୍ପତିଙ୍କୁ ନେଇ ସିମଲାରେ ଏକ ବୈଠକ ବସିଥିଲା, ଏହି ବୈଠକରେ ଏହି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଗ୍ରହଣ କରାଯାଇଛି ।
ଆସନ୍ତା ମାସ ୧ ତାରିଖରୁ ରାଜ୍ୟ ବିଧାନସଭାର ଶୀତ ଅଧିବେଶନ ଆରମ୍ଭ ହେବାକୁ ଯାଉଛି । ଯାହା ପୂର୍ବରୁ ବାଚସ୍ପତି ଏହି ନୂଆ ନିୟମ ନେଇ ରାଜ୍ୟର ସମସ୍ତ ବିଧାୟକଙ୍କୁ ସୂଚନା ଦେଇଛନ୍ତି । ତେବେ ୨୯ ତାରିଖରେ ବସିବାକୁ ଥିବା ସର୍ବଦଳୀୟ ବୈଠକରେ ମଧ୍ୟ ଏନେଇ ସମସ୍ତ ରାଜନୈତିକ ଦଳକୁ ସୂଚନା ଦିଆଯିବ ବୋଲି ବାଚସ୍ପତି ସୂଚନା ଦେଇଛନ୍ତି ।
ବିଧାନସଭା ଅଧିବେଶନ ପୂର୍ବରୁ ବାଚସ୍ପତିଙ୍କ ତାଗିଦ
ଗୃହରେ କୌଣସି ବିଧାୟକ ହୋ ହଲ୍ଲା କରିପାରିବେନି
ପ୍ରଶ୍ନକାଳ ସମୟରେ ବା ରାଜ୍ୟପାଳଙ୍କ ଅଭିଭାଷଣ ସମୟରେ ହୋ ହଲ୍ଲା କରିପାରିବେନି
ସିମଲାରେ ବସିଥିବା ସମସ୍ତ ବାଚସ୍ପତିଙ୍କ ବୈଠକରେ ଏନେଇ ନିଷ୍ପତ୍ତି ନିଆଯାଇଛି
ସର୍ବଦଳୀୟ ବୈଠକରେ ଏନେଇ ସବୁ ଦଳକୁ ଜଣାଇ ଦିଆଯିବ#Odisha #KanakNews pic.twitter.com/R8psx1NcRE— Kanak News (@kanak_news) November 23, 2021
ସୂଚନାଯୋଗ୍ୟ ଯେ, କୋଭିଡ୍ କଟକଣାକୁ ପାଳନ କରି ଆସନ୍ତା ଡିସେମ୍ବର ୧ ତାରିଖରୁ ବିଧାନସଭା ଶୀତ ଅଧିବେଶନ ବସିବାକୁ ଯାଉଛି । ଡିସେମ୍ବର ମାସ ୩୧ ତାରିଖ ପର୍ଯ୍ୟନ୍ତ ଏହା ଚାଲିବ । ସଂକ୍ରମଣକୁ ଆଖି ଆଗରେ ରଖି ବିଧାନସଭା ଭିତରେ ସମସ୍ତ ପ୍ରକାର କୋଭିଡ୍ କଟକଣା ପାଳନ ହେବ । ତେବେ ପ୍ରଶ୍ନକାଳ ଓ ରାଜ୍ୟପାଳଙ୍କ ଅଭିଭାଷଣ ସମୟରେ କେହି ବି ବିଧାୟକ ହୋ ହଲ୍ଲା କରିପାରିବେନି ବୋଲି ଏବେ ବାଚସ୍ପତି ସୂଚନା ଦେଇଛନ୍ତି ।