କନକ ବ୍ୟୁରୋ: ମାତ୍ର କେତେ ଗ୍ରାମ ଡ୍ରଗ୍ସ ପାଇଁ ଏନସିବି ମୁମ୍ବାଇରେ ହୁଲୁସ୍ତୁଲ କରୁଥିବାବେଳେ, ଓଡିଶାରୁ ଠାବ ହୋଇଛନ୍ତି , କୁବେର ଗଞ୍ଜେଇ ବେପାରୀ । ଖଲ୍ଲିକୋଟ ଥାନା ଅନ୍ତର୍ଗତ ଖୋଜପଲ୍ଲୀ ଗାଁର ରଜନୀକାନ୍ତ ପଟ୍ଟନାୟକଙ୍କ ଘରେ ଚଢ଼ାଉ ପରେ ଜବତ ହୋଇଛି ଏମିତି ପୁଳା ପୁଳା ସୁନା ଆଉ ବିଡା ବିଡା ଟଙ୍କା । ଜଣେ ଗଞ୍ଜେଇ ବେପାରୀଙ୍କ ଘରୁ ଏତେ ପରିମାଣର ସୁନା ଓ ଟଙ୍କା ଜବତ ହେବା ପରେ ଚମକ ପଡିଛନ୍ତି ଚଢ଼ାଉ କରିବାକୁ ଯାଇଥିବା ଅଧିକାରୀ ।
ପୋଲିସର ସୂଚନା ଅନୁସାରେ ରଜନୀକାନ୍ତଙ୍କ ଘରୁ ଜବତ ହୋଇଛି ନଗଦ ୭୫ ଲକ୍ଷ ୯ ହଜାର ଟଙ୍କା, ୮ କେଜି ୫୯୬ କେଜି ସୁନା । ଏଥିସହ ଜବତ ହୋଇଛି ୩୧ କେଜିରୁ ଅଧିକ ଗଞ୍ଜେଇ ଓ ୧୦ କେଜି ଅଫିମ ।
କୁବେର ନିଶା ବେପାରୀ ଯିଏ କି ଗଞ୍ଜେଇ କାରବାର କରି ମାଲାମାଲ ହୋଇଥିଲେ । ସୂଚନା ପାଇ ଚଢ଼ାଉ କରିବା ପରେ ସାମନାକୁ ଆସିଛି ତାଙ୍କ ନିଶା କାରବାରର ସାମ୍ରାଜ୍ୟ । ତାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ ।