କନକ ବ୍ୟୁରୋ : ପିପିଲି ଉପନିର୍ବାଚନ ବିଜେପିର ପ୍ରଚାର ଗାଡିକୁ ରୋକାଯାଇଛି । ଏହାକୁ ପ୍ରତିବାଦ କରି ବିଜେପି କର୍ମୀମାନେ ଜଟଣୀ ମୁଖ୍ୟ ରାସ୍ତାର ବାରିମୂଳ ଠାରେ ରାସ୍ତାରୋକ କରିଥିଲେ । ଜଣେ ବିଜେଡି ସମର୍ଥକ ଏପରି କରିଥିବା ବିଜେପି କର୍ମୀ ଅଭିଯୋଗ କରିଛନ୍ତି । ବିଜେପିର ପ୍ରଚାର ଗାଡିରେ ଲାଗିଥିବା ଫ୍ଲେକ୍ସକୁ ଚିରିବା ସହିତ ଗାଡି ଡ୍ରାଇଭରକୁ ମାଡ ମରାଯାଇବା ସହ ଦୁବୃତ୍ତ ଡ୍ରାଇଭର ପାଖରୁ ଟଙ୍କା ଛଡାଇ ନେଇଥିବା ଅଭିଯୋଗ ହୋଇଛି । ତେବେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ବିଜେପି କର୍ମୀଙ୍କୁ ବୁଝାସୁଝା କରିଥିଲା । ୨୪ ଘଣ୍ଟା ମଧ୍ୟରେ ଦୁବୃତ୍ତକୁ ଗିରଫ କରାଯିବ ବୋଲି ପୋଲିସ ପ୍ରତିଶ୍ରୁତି ଦେଇଥିବା ସୂଚନା ରହିଛି । ଏହାପରେ ବିଜେପି କର୍ମୀମାନେ ରାସ୍ତାରୋକରୁ ଓହରିଛନ୍ତି ।
ପିପିଲି ପ୍ରଚାର ବେଳେ ଜୋରଦାର ହେଉଛି ରାଜନୈତିକ ଛକାପଞ୍ଝା
/kanak/media/post_attachments/wp-content/uploads/2021/09/32-23.jpg)