କନକ ବ୍ୟୁରୋ : ନେତା ବୁଲିଯାଇଥିଲେ ପଞ୍ଚାୟତ । ହେଲେ ଲୋକେ ମାଗିଲେ ଜବାବ । ଏତେଦିନ ଧରି କେଉଁଠି ଥିଲ, କାହିଁକି ଦେଖାନଥିଲା ପଚାରିଲେ । ଫଳରେ ହଟହଚ୍ଚା ହୋଇଛନ୍ତି ସମ୍ପୃକ୍ତ ନେତା ଜଣକ । ଏନେଇ ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେଉଛି । ସୁନ୍ଦରଗଡ଼ ଜିଲ୍ଲା ପରିଷଦର ଉପାଧ୍ୟକ୍ଷ ତଥା ବିଜେଡି ନେତା କମଲ ଲାକ୍ରା ଏହି ଭିଡିଓରେ ହଟହଟା ହେଉଥିବା ଦେଖିବାକୁ ମିଳିଛି ।

Advertisment

୪ ତାରିଖରେ କୋଇଡା ବ୍ଲକର ମାଲଦା ପଞ୍ଚାୟତରେ ବିଡଓଙ୍କ ଅଧ୍ୟକ୍ଷତାରେ ପଞ୍ଚାୟତସ୍ତରୀୟ ଅଭିଯୋଗ ଜନଶୁଣାଣି ଅନୁଷ୍ଠିତ ହୋଇଥିଲା । ପଞ୍ଚାୟତର ଲୋକ ନିଜ ସମସ୍ୟା ନେଇ ବିଡିଓଙ୍କୁ ଅଭିଯୋଗ କରୁଥାନ୍ତି । ସେତିକି ବେଳେ ବିଜେଡି ନେତା ତଥା ଜିଲ୍ଲା ପରିଷଦର ଉପାଧ୍ୟକ୍ଷ କମଲ ଲାକ୍ରା ସେଠାରେ ପହଞ୍ଚିଥିଲେ । ହେଲେ ତାଙ୍କୁ ଫେରିଯିବାକୁ କିଛି ଲୋକ କହୁଥିବା ଦେଖିବାକୁ ମିଳିଛି । ଏତେ ଦିନ ଯାଏଁ କୁଆଡ଼େ ଥିଲା, ଆଉ ନିର୍ବାଚନ ପାଖେଇଲା ବୋଲି ଏବେ କାହିଁକି ଆସିଛ ବୋଲି ଲୋକ ପଚାରିଥିଲେ ।