ତେଲେଙ୍ଗାନାରେ ନିର୍ବାଚନ ପ୍ରଚାର ବେଳେ କୁନି ଝିଅ ଉପରେ ପଡିଲା ପ୍ରଧାନମନ୍ତ୍ରୀଙ୍କ ଆଖି: ଭାରତ ମାତା ବେଶରେ ସଜେଇ ହୋଇ ହାତରେ ଧରିଥିଲା ତ୍ରିରଙ୍ଗା

114

କନକ ବ୍ୟୁରୋ: ପ୍ରଚାର ସଭାରେ କୁନି ଝିଅକୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ତେଲେଙ୍ଗାନା ନିରମଲ୍ରେ ନିର୍ବାଚନ ପ୍ରଚାର କରୁଥିଲେ ପ୍ରଧାନମନ୍ତ୍ରୀ । ଭାଷଣ ଦେଉଥିବା ବେଳେ ତାଙ୍କ ଆଖି କୁନିଝିଅ ଉପରେ ପଡିଥିଲା । ଭାରତ ମାତା ବେଶରେ ସଜେଇ ହୋଇ କୁନିଝିଅଟି ହାତରେ ଧରିଥିଲା ତ୍ରିରଙ୍ଗା । ତା’ର ଭାବଭଙ୍ଗୀ ପ୍ରଧାନମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲା । ଝିଅର ଭାରତମାତା ବେଶ ତାଙ୍କୁ ପ୍ରଭାବିତ କରିଥିଲା । ସଭା ମଂଚ ଉପରୁ ଝିଅଟିକୁ ପ୍ରଶଂସା କରିଥିଲେ ମୋଦୀ । ଆଉ କହିଥିଲେ, ଏହି ଝିଅ ଦେଶର ଯୁବପିଢ଼ିଙ୍କୁ ପ୍ରେରଣା ଦେଉଛି ।