କରୋନା କାଳରେ ନିରାଡଂବର ସ୍ୱାଧୀନତା ଦିବସ : ଲାଲକିଲ୍ଲାରୁ ଦେଶବାସୀଙ୍କୁ ସଂବୋଧନ କରି ମୋଦି କହିଲେ ଅର୍ଥନୀତିରେ ସଂସ୍କାର ଯୋଗୁଁ ଭାରତ ଉପରେ ବଢିଛି ବିଶ୍ୱର ବିଶ୍ୱାସ ; ନବୀନ କହିଲେ ଓଡିଶାକୁ ଆସିଛି ୧୨ ହଜାର କୋଟିର ନିବେଶ ପ୍ରସ୍ତାବ

345

କନକ ବ୍ୟୁରୋ : କରୋନା ସଂଙ୍କଟ ଭିତରେ ଅତି ନିରାଡମ୍ବର ଭାବେ ପାଳନ ହୋଇଛି ୭୪ତମ ସ୍ୱାଧିନତା ଦିବସ । ଦିଲ୍ଲୀର ଲାଲକିଲ୍ଲାରେ ଜାତୀୟ ପତାକା ଉତୋଳନ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ । ସେହିପରି ଭୁବନେଶ୍ୱରରେ ଆୟୋଜିତ ରାଜ୍ୟସ୍ତରୀୟ ସ୍ୱାଧିନତା ଦିବସରେ ପ୍ରଦର୍ଶନୀ ପଡିଆରେ ତ୍ରିରଙ୍ଗା ଉଡାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଦୁଇ ନେତାଙ୍କ ଭାଷଣରେ ଅନେକ ସମାନତା ଦେଖିବାକୁ ମିଳିଛି । ମୋଦୀ କହିଛନ୍ତି କରୋନା ପୂର୍ବରୁ ଦେଶରେ ଗୋଟିଏ ଟେଷ୍ଟିଂ ଲାବ ଥିଲ. ଯାହା ଏବେ ୧୪ଶହରେ ପହଂଚିଛି । ସେହିପରି ଦିନକୁ ୩ ଶହ ଟେଷ୍ଟ ବଢି ଏବେ ସାରା ଦେଶରେ ୭ଲକ୍ଷରୁ ଅଧିକ ଟେଷ୍ଟ ହୋଇପାରୁଛି ।ଏପଟେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ କୋଭିଡ ମୁକାବିଲା ପାଇଁ ରାଜ୍ୟରେ ଏକାଧିକ କୋଭିଡ ହସ୍ପିଟାଲ ତିଆରି କରାଯାଇଥିବା ସୂଚନା ଦେଇଛନ୍ତି । ୫ଟି ପ୍ଲାଜମା ବ୍ୟାଙ୍କ ସ୍ଥାପନ କରାଯାଇଛି । ଓଡିଶାରେ କୋଭିଡ ରୋଗୀଙ୍କୁ ମାଗଣାରେ ଚିକିତ୍ସା ସେବା ଯୋଗାଇ ଦିଆଯାଉଛି । କାରଣ ପ୍ରତିଟି ଜୀବନ ସରାକରଙ୍କ ପାଇଁ ମୂଲ୍ୟବାନ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

କରୋନା କାଳରେ ମଧ୍ୟ ଭାରତର ଅର୍ଥନୀତି ପ୍ରତି ସମଗ୍ର ବିଶ୍ୱର ବିଶ୍ୱାସ ରହିଥିବା ମୋଦୀ ଲାଲକିଲ୍ଲା ପ୍ରାଚୀରରୁ କହିଛନ୍ତି । ଏଭଳି ସଙ୍କଟ ଜନକ ସମୟରେ ମଧ୍ୟ ଦେଶରେ ପ୍ରତ୍ୟକ୍ଷ ବିଦେଶୀ ପୁଞ୍ଜିନିବେଶ ବଢିଥିବା ମୋଦୀ କହିଛନ୍ତି । ଏଫଡିଆଇ ନିବେଶରେ ୧୮ପ୍ରତିଶତ ବୃଦ୍ଧି ଆସିଛି ।ଦେଶରେ ହେଉଥିବା ଅର୍ଥନୈିତିକ ସଂସ୍କାର ବିଶ୍ୱ ବଜାରରେ ଭାରତ ପ୍ରତି ଆସ୍ଥା ବୃଦ୍ଧି କରିପାରିଛି । ଏପଟେ ମୁଖ୍ୟମନ୍ତ୍ରୀ ନୀବନ ପଟ୍ଟନାୟକ କହିଛନ୍ତି କରୋନା ସମୟରେ ଓଡିଶାକୁ ୧୨ହଜାର କୋଟି ଟଙ୍କାର ନିବେଶ ପ୍ରସ୍ଥାବ ଆସିଛି । ଦେଶରେ ହୋଇଥିବା ନିବେଶରୁ ମୋଟ ୧୮ ପ୍ରତିଶତ କେବଳ ଓଡିଶାକୁ ହିଁ ଆସିଛି । ଏବଂ ମହାରାଷ୍ଟ୍ରକୁ ପଛରେ ପକାଇ ନିବେଶ କ୍ଷେତ୍ରରେ ଓଡିଶା ଦେଶର ୧ନଂ ରାଜ୍ୟ ହୋଇପାରିଛି ।

କରୋନା ଯୋଦ୍ଧାଙ୍କୁ ଏହି ଅବସରରେ ମନେପକାଇବାକୁ ଭୂଲିନାହନ୍ତି ଉଭୟେ ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀ ।ସେମାନଙ୍କ ତ୍ୟାଗ ଓ ନିଷ୍ଠା ପାଇଁ କୃତଜ୍ଞତା ଜଣାଇଛନ୍ତି । ସେବା ପରମଧର୍ମ ମନ୍ତ୍ରକୁ ପୁର୍ଣ୍ଣ ସମପର୍ଣ ଭାବରେ ଡାକ୍ତର, ସ୍ୱାସ୍ଥକର୍ମୀ, ପୋଲିସ, ସଫେଇକର୍ମୀ, ଓ ତମାମ୍ କରୋନାଯୋଦ୍ଧା ପାଳନ କରୁଥିବାରୁ ସ୍ୱାଧିନତା ଦିବସ ଅବସରରେ ସେମାନଙ୍କୁ ପ୍ରଂଶସା କରିଛନ୍ତି ଉଭୟେ ମୋଦୀ ଓ ନବୀନ ।