କରୋନା କାଳରେ ବଢିଛି ମାନସିକ ରୋଗୀଙ୍କ ସଂଖ୍ୟା । ମାନସିକ ଚାପରୁ ମୁକ୍ତି ପାଇଁ ଓଡ଼ିଶା ସରକାର ନେଇଥିବା ପଦକ୍ଷେପକୁ କେନ୍ଦ୍ରର ପ୍ରଶଂସା ।

116

କନକ ବ୍ୟୁରୋ: କରୋନା କାଳରେ ମାନସିକ ଚାପରୁ ମୁକ୍ତି ଦେବା ପାଇଁ ରାଜ୍ୟ ସରକାର ନେଇଥିବା ପଦକ୍ଷେପକୁ କେନ୍ଦ୍ରର ପ୍ରଶଂସା । ଏପରିକି ଓଡିଶା ସରକାରଙ୍କୁ ପୁରସ୍କୃତ କରିଛି କେନ୍ଦ୍ର । ମହାମାରୀ ସମୟରେ ମାନସିକ ଚାପ ବହୁତ ବଢିଯାଇଛି । ମୃତ୍ୟୁ, ମୃତ୍ୟୁର ଭୟ, ରୋଗର ଭୟ ଓ କରୋନା କାଳରେ ବେରୋଜଗାରୀ ମାନସିକ ଚାପକୁ ବହୁଗୁଣିତ କରିଦେଇଛି । ତେଣୁ ଗତ ଦେଢବର୍ଷ ଭିତରେ ମାନସିକ ରୋଗୀଙ୍କ ସଂଖ୍ୟା ବଢିଛି । ଏହାର ମୁକାବିଲା ପାଇଁ ରାଜ୍ୟ ସରକାର ସମସ୍ତ ଜିଲ୍ଲାରେ ମୋବାଇଲ ମେଣ୍ଟାଲ ହେଲଥ ୟୁନିଟ ନିୟୋଜିତ କରିଥିଲେ । ଯେଉଁମାନେ ସଙ୍ଗରୋଧ କେନ୍ଦ୍ରକୁ ଯାଇ ଲୋକଙ୍କୁ ମାନସିକ ରୋଗ ବିଷୟରେ ଉପଦେଶ ଦେଉଥିଲେ । ଚିକିତ୍ସିତ ହେଉଥିବା ମାନସିକ ରୋଗୀଙ୍କ ପାଖରେ, ଆବଶ୍ୟକ ପରିମାଣ ଔଷଧ ପହଞ୍ଚାଇବା ପାଇଁ ମଧ୍ୟ ସରକାର ପଦକ୍ଷେପ ନେଇଥିଲେ । ଏପରିକି ମାନସିକ ରୋଗ ବିଭାଗରେ କଲ ସେଣ୍ଟର କରି ଫୋନ ଜରିଆରେ ଆବଶ୍ୟକ ପରାମର୍ଶ ଦେଉଥିଲେ ।