ରାଜ୍ୟରେ ଏପ୍ରିଲ ୩୦ ପର୍ଯ୍ୟନ୍ତ ବଢ଼ିଲା ଲକଡାଉନ୍ ଅବଧି: ଭିଡ଼ିଓ ବାର୍ତ୍ତା ଜରିଆରେ ସୂଚନା ଦେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ; ଜୁନ୍ ୧୭ ଯାଏ ବନ୍ଦ ରହିବ ସମସ୍ତ ଶିକ୍ଷାନୁଷ୍ଠାନ ।

Advertisment
ରାଜ୍ୟରେ ଏପ୍ରିଲ ୩୦ ପର୍ଯ୍ୟନ୍ତ ବଢ଼ିଲା ଲକଡାଉନ୍ ଅବଧି: ଭିଡ଼ିଓ ବାର୍ତ୍ତା ଜରିଆରେ ସୂଚନା ଦେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ; ଜୁନ୍ ୧୭ ଯାଏ ବନ୍ଦ ରହିବ ସମସ୍ତ ଶିକ୍ଷାନୁଷ୍ଠାନ ।

କନକ ବ୍ୟୁରୋ: ଏପ୍ରିଲ ୩୦ ତାରିଖ ଯାଏଁ ବଢିଲା ଲକଡାଉନ ଅବଧି । କରୋନା ମୁକାବିଲା ନେଇ ରାଜ୍ୟରେ ତାଲାବନ୍ଦ ଅବଧିକୁ ବଢାଇବା ପାଇଁ ରାଜ୍ୟ କ୍ୟାବିନେଟ ବୈଠକରେ ରାଜ୍ୟ ସରକାରଙ୍କ ନିଷ୍ପତି । ତେବେ ରାଜ୍ୟରେ କରୋନାର ଭୟବହତାକୁ ନଜରରେ ରଖି ଏବଂ ଓଡିଶାବାସୀଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ରାଜ୍ୟବ୍ୟାପୀ ଜାରି ହୋଇଥିବା ଲକଡାଉନ କଟକଣାକୁ ଆସନ୍ତା ୧୪ ତାରିଖରେ ଶେଷ କରିବା ପରିବର୍ତ୍ତେ ଆସନ୍ତା ୩୦ ତାରିଖ ତଥା ଏପ୍ରିଲ ୩୦ ତାରିଖ ପର୍ଯ୍ୟନ୍ତ ବଳବତ୍ତର ରଖିବାକୁ କେନ୍ଦ୍ରକୁ ଚିଠି ଲେଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସେହିପରି ତାଲାବନ୍ଦ ଅବଧି ବୃଦ୍ଧି ସହ ରାଜ୍ୟର ସମସ୍ତ ଶିକ୍ଷାନୁଷ୍ଠାନ ଗୁଡିକୁ ଜୁନ ୧୭ ତାରିଖ ଯାଏଁ ବନ୍ଦ ରଖିବାକୁ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

publive-image

ରାଜ୍ୟରେ କରୋନା ମୁକାବିଲା ପାଇଁ ଆଜି ପ୍ରଥମ ଥର ପାଇଁ ଭିଡିଓ ବାର୍ତ୍ତା ଜରିଆରେ ଅନୁଷ୍ଠିତ ହୋଇଥିଲା କ୍ୟାବିନେଟ୍ ବୈଠକ। ଆଜି ପୂର୍ବାହ୍ନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ରାଜ୍ୟ କ୍ୟାବିନେଟ୍ ବୈଠକ ଅନୁଷ୍ଠିତ ହୋଇଥିଲା। ଏବଂ ବୈଠକ ଶେଷ ହେବା ପରେ ରାଜ୍ୟବାସୀଙ୍କୁ ମୁଖ୍ୟମନ୍ତ୍ରୀ ଭିଡିଓ ବାର୍ତ୍ତା ଜାରି କରିଛନ୍ତି । ଏହି ଭିଡିଓ ବାର୍ତ୍ତା ମାଧ୍ୟମରେ ନବୀନ ଆସନ୍ତା ଜୁନ୍ ୧୭ ତାରିଖ ପର୍ଯ୍ୟନ୍ତ ରାଜ୍ୟର ସମସ୍ତ ସ୍କୁଲ ଓ କଲେଜ ଗୁଡିକ ବନ୍ଦ ରଖିବାକୁ ନିଷ୍ପତ୍ତି ହୋଇଥିବା ସହ ଏପ୍ରିଲ ୩୦ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ତାଲାବନ୍ଦ କଟକଣା ବଳବତ୍ତର ରହିବ ବୋଲି ସୂଚନା ଦେଇଛନ୍ତି । ସେହିପରି ଏହି ଲକଡାଉନ ସମୟରେ ସମସ୍ତ ଯାତାୟତ ସେବା ଯେପରି ଟ୍ରେନ୍ ଓ ବିମାନ ସେବାଗୁଡିକୁ ସ୍ଥଗିତ ରଖିବା ପାଇଁ ନିଷ୍ପତ୍ତି ହେବ ସହ କେନ୍ଦ୍ରକୁ ସୁପାରିଶ କରାଯାଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe