ପୁଣି ମୋଦୀଙ୍କ ସୁରକ୍ଷାରେ ତ୍ରୁଟି: ବାରଣାସୀ ଗସ୍ତ ବେଳେ ପ୍ରଧାନମନ୍ତ୍ରୀଙ୍କ ଗାଡ଼ି ଆଗକୁ ମାଡ଼ି ଆସିଲେ ଯୁବକ

79

କନକ ବ୍ୟୁରୋ: ପୁଣି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସୁରକ୍ଷାରେ ତ୍ରୁଟି । ଶନିବାର ବାରଣାସୀ ଗସ୍ତ ବେଳେ ପ୍ରଧାନମନ୍ତ୍ରୀ ସୁରକ୍ଷା ତ୍ରୁଟି ଦେଖିବାକୁ ମିଳିଛି । ଜଣେ ଯୁବକ ପ୍ରଧାନମନ୍ତ୍ରୀଙ୍କ ଗାଡ଼ି ଆଗକୁ ମାଡ଼ି ଆସିଥିବା ବେଳେ ତାଙ୍କୁ ସୁରକ୍ଷା କର୍ମୀମାନେ କବଜା କରିନେଇଥିଲେ । ସମ୍ପୃକ୍ତ ଯୁବକକୁ ପଚରାଉଚରା ଚାଲିଛି । ଜାତୀୟ ଗଣମାଧ୍ୟମ “ଲାଇଭ୍ ହିନ୍ଦୁସ୍ତାନ’ର ଖବର ଅନୁଯାୟୀ ସମ୍ପୃକ୍ତ ଯୁବକର ଘର ଉତର ପ୍ରଦେଶର ଗାଜିଆବାଦରେ । ପ୍ରଧାନମନ୍ତ୍ରୀ ମୋଦୀଙ୍କ ଗାଡ଼ି ପାସ୍ କରିବା ପୂର୍ବରୁ ସେ ଦୀର୍ଘ ଘଂଟା ଧରରି ଅପେକ୍ଷା କରିଥିଲା । ତା ହାତରେ ଏକ ଫାଇଲ ବି ଥିଲା । ଏନେଇ ଅଧିକ ତଦନ୍ତ ଚାଲିଛି । ବାରଣାସୀ ମୋଦୀଙ୍କ ନିଜ ନିର୍ବାଚନ ମଣ୍ଡଳୀ । ପ୍ରଧାନମନ୍ତ୍ରୀ ଶନିବାର ବାରଣାସୀରେ ଏକ ଅନ୍ତର୍ଜାତୀୟ ଷ୍ଟାଡିୟମର ଶିଳାନ୍ୟାସ କରିବା ସହ ୧୬ଟି ଅଟଳ ବିଦ୍ୟାଳୟର ଉଦଘାଟନ କରିଥିଲେ । କାର୍ଯ୍ୟକ୍ରମ ସାରି ମୋଦୀ ବିମାନବନ୍ଦରକୁ ଫେରିବା ବେଳେ ସୁରକ୍ଷାରେ ଏହି ତ୍ରୁଟି ଦେଖାଇଥିଲା ।