ଦୀପାବଳି ରାତିରେ କଳାକନା ବୁଲାଇଲେ ଲୁଟେରା: ପରିବାର ଲୋକେ ବାଣ ଫୁଟାଉଥିବାର ସୁଯୋଗ ନେଇ ଘରେ ପସି ଲୁଟିଲେ

871

କନକ ବ୍ୟୁରୋ: ଗୋଟିଏ ପଟେ ଦୀପାବଳୀରେ ବାଣ ଫୁଟା ଚାଲିଥିଲା, ଆଉ ଗୋଟିଏ ପଟେ ଲୁଟ୍ କରୁଥିଲେ ଦୁବୃର୍ତ । ସ୍ୱାମୀ, ସ୍ତ୍ରୀ, ଓ ପୁଅ ଘର ବାହାରେ ବାଣ ଫୁଟାଉଥିଲେ । ଏହାର ସୁଯୋଗ ନେଇ ଲୁଟେରା ମାନେ ଘରେ ପଶି କଳା କନା ବୁଲାଇଥିଲେ । ଅଭିଯୋଗ ଅନୁସାରେ, ଦୁବୃର୍ତମାନେ ଘରେ ପଶି ୫ଟି ସୁନା ମୁଦି. ମଂଗଳସୂତ୍ର, ୨ଟି କାନ ଫୁଲ ଓ ନଗଦ ଟଙ୍କା ଲୁଟି ନେଇଛନ୍ତି । ଭୁବନେଶ୍ୱର ଖଣ୍ଡଗିରି ଅଂଚଳରୁ ଆସିଛି ଏହି ଅଭିଯୋଗ ।