ଶାନ୍ତି ଶୃଙ୍ଖଳାରେ ହେବ ଦୁର୍ଗା ପୂଜା । ପାର୍ବଣକୁ କ୍ରାଇମ୍-ଫ୍ରି କରିବା ପାଇଁ ପ୍ରସ୍ତୁତ ହେଉଛି କମିଶନରେଟ୍ ପୋଲିସ

186

କନକ ବ୍ୟୁରୋ : ଦୁର୍ଗାପୂଜା ପାଇଁ କମିଶନରେଟ୍ ପୋଲିସର ପ୍ରସ୍ତୁତି ବୈଠକ । ଦୁର୍ଗାପୂଜାକୁ ଶାନ୍ତି ଶୃଙ୍ଖଳାରେ କରିବା ପାଇଁ ପ୍ରସ୍ତୁତି ଆରମ୍ଭ କରିଦେଇଛି କମିଶନରେଟ୍ ପୋଲିସ । ରାତି ୧୨ଟା ସୁଦ୍ଧା ମେଲୋଡି କାର୍ଯ୍ୟକ୍ରମ ସାରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏହା ସହ ଭସାଣ ବେଲେ ଭାଇବ୍ରେଟ୍ ମ୍ୟୁଜିକ୍ ବ୍ୟବହାର ନକରିବାକୁ ପରାମର୍ଶ ଦିଆଯାଇଛି ।

ପୂଜାକୁ କିପରି କ୍ରାଇମ-ଫ୍ରି କରାଯିବ ସେନେଇ ମଧ୍ୟ ପୋଲିସ ପକ୍ଷରୁ କଡା ସୁରକ୍ଷା ବ୍ୟବସ୍ଥା କରାଯାଉଛି । ସହର, ରାଜ୍ୟ ଓ ରାଜ୍ୟ ବାହାରର ଅପରାଧୀଙ୍କ ଉପରେ ନଜର ରଖିବ ପୋଲିସ । ସନ୍ଦିଗ୍ଧ ଲୋକଙ୍କ ଉପରେ ନଜର ରହିବ । ଚୋରି ରୋକିବା ପାଇଁ ଗଳି ଗଳିରେ ପହରାମାରିବ ପୋଲିସ ।

ପୂଜା ସମୟରେ ଅପରାଧକୁ ରୋକିବା ପାଇଁ ପୂଜା କମିଟିମାନଙ୍କ ସହ ମଧ୍ୟ ପୋଲିସ ଆଲୋଚନା କରିଛି । କିପରି ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇପାରିବ ସେଦିଗରେ ଗୁରୁତ୍ୱ ଦିଆଯାଇଛି । ସବୁ ଲୋକଙ୍କ କାର୍ଯ୍ୟକଳାପ ଉପରେ ନଜର ରଖିବା ପାଇଁ ସିସିଟିଭି ଲଗାଯିବ ।
କଟକରେ ଜମିବ ଦୁର୍ଗା ପୂଜା । ଚଳିତ ବର୍ଷ ୧୬୮ଟି ମେଢ ହେଉଛି । ଏବଂ ଭୁବନେଶ୍ୱରରେ ୧୮୩ ମୃଣ୍ମୟୀ ମୂର୍ତ୍ତି ହେଉଛି ।