ବିଭିନ୍ନ ପୀଠରେ ଚାଲିଛି ମା’ଙ୍କ ଷଷ୍ଠୀ ପୂଜା ! ବିଭିନ୍ନ ମଣ୍ଡପରେ ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ

Advertisment
ବିଭିନ୍ନ ପୀଠରେ ଚାଲିଛି ମା’ଙ୍କ ଷଷ୍ଠୀ ପୂଜା ! ବିଭିନ୍ନ ମଣ୍ଡପରେ ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ

କନକ ବ୍ୟୁରୋ : ଆରମ୍ଭ ହୋଇଛି ପାର୍ବଣ ଋତୁ । ଧରାପୃଷ୍ଠକୁ ଆସିଛନ୍ତି ମାଆ ଜଗତଜନନୀ । ଆଜି ପୀଠରେ ଚାଲିଛି ମାଆଙ୍କ ଷଷ୍ଠୀ ପୂଜା । ମା’ ଜଗତଜନନୀଙ୍କ ଆଗମନରେ ଗାଁଠୁ ସହର ହୋଇ ଉଠିଛି ଉତ୍ସବମୁଖର । ବିଭିନ୍ନ ପୂଜା ମଣ୍ଡପରେ ମାଆଙ୍କ ଷଷ୍ଠୀ ପୂଜା ଅନୁଷ୍ଠିତ ହୋଇଛି । ସୁଉଚ୍ଚ ତୋରଣ ସାଙ୍ଗକୁ ରଙ୍ଗବେରଙ୍ଗ ଆଲୋକମାଳାରେ ସଜେଇ ହୋଇଛି ପୂଜା ମଣ୍ଡପ । ପୂଜାକୁ ଆକର୍ଷଣୀୟ କରିବା ପାଇଁ ପୂଜା କମିଟି ମାନଙ୍କ ମଧ୍ୟରେ ଦେଖିବାକୁ ମିଳିଛି ପ୍ରତିଯୋଗିତା । ରାଜଧାନୀ ଭୁବନେଶ୍ୱରର ସହିଦ୍ ନଗର ପୂଜା ମଣ୍ଡପରେ ଆରମ୍ଭ ହୋଇଛି ମାଆଙ୍କ ପୂଜା । ଶ୍ରଦ୍ଧାଳୁ ମାନେ ପୂଜା ମଣ୍ଡପକୁ ଆସି ମାଆଙ୍କୁ ଭୋଗ ଲଗାଉଥିବା ଦେଖିବାକୁ ମିଳିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe