କନକ ବ୍ୟୁରୋ : କଟକରେ ଦୁର୍ଗାପୂଜା ମୂର୍ତ୍ତି ଉଚ୍ଚତା ନେଇ ହାଇକୋର୍ଟରେ ହୋଇଥିବା ମାମଲାର ଆଜି ଶୁଣାଣି ହୋଇଛି । କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ଯେ, ପୂଜା କମିଟି ମୂର୍ତିର ଉଚତା ନେଇ ଡିସିପିଙ୍କୁ ଜଣାଇବେ । ଆଜି ସନ୍ଧ୍ୟା ୭ଟା ସୁଦ୍ଧା ପ୍ରତ୍ୟେକ କମିଟି ସେମାନେ କରିଥିବା ମୂର୍ତିର ଉଚତା ନେଇ ଡିସିପିଙ୍କୁ ଜଣାଇବେ ।
ଏହାପରେ ପୋଲିସ ନିଜେ ବୁଲି ପୂଜା କମିଟିର ମୂର୍ତିର ସ୍ଥିତି ଦେଖିବେ । ଯେଉଁ କମିଟି ଯେତିକି ଉଚତାର ମୂର୍ତି ତିଆରି କରିଥିବେ ବର୍ତମାନ ପାଇଁ ତାହା ରହିବ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2020/09/5-21.jpg)