ଦୁର୍ଗାପୂଜା: ବ୍ୟାଣ୍ଡ-ଡିଜେ ପାଇଁ କଟକଣା, ଲାଉଡ ସ୍ପିକର ସାଉଣ୍ଡ ୬୫ ଡେସିବିଲ ରଖିବାକୁ ନିର୍ଦ୍ଦେଶ ।

130

କନକ ବ୍ୟୁରୋ: ଦୁର୍ଗାପୂଜା ପାଇଁ କମିସନରେଟ ପୋଲିସ ପକ୍ଷରୁ କଟକଣା ଲାଗୁ ହୋଇଛି । ବ୍ୟାଣ୍ଡ, ଡିଜେ ଓ ମ୍ୟୁଜିକ ପାର୍ଟି ପାଇଁ କଟକଣା ଲାଗୁ କରାଯାଇଛି । ଲାଉଡ ସ୍ପିକର ସାଉଣ୍ଡ ୬୫ ଡେସିବିଲ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି । ଭସାଣିରେ ଗୋଟିଏ ବ୍ୟାଣ୍ଡ ଓ ଗୋଟିଏ ମ୍ୟୁଜିକ ପାର୍ଟିକୁ ଅନୁମତି । ମ୍ୟୁଜିକ ପାର୍ଟି ୪ରୁ ୫ଟି ସାଉଣ୍ଡବକ୍ସ ବ୍ୟବହାର କରିପାରିବେ । ଏଥିପାଇଁ କଟକ ଓ ଭୁବନଶ୍ୱେର ଡିସିପିଙ୍କ ଠାରୁ ଅନୁମତି ନେବାକୁ ପଡିବ । ଶୋଭାଯାତ୍ରାରେ ୬ଟି ଟ୍ରଲିକୁ ଅନୁମତି ମିଳିବ । ଅମାନ୍ୟକାରୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ହେବ ।