ନ୍ୟୁୟର୍କରେ ଦୁର୍ଗାପୂଜାର ଧୁମ୍: କରୋନା ପାଇଁ ଭର୍ଚୁଆଲ ପ୍ଲାଟଫର୍ମରେ ହେଉଛି ମାଙ୍କ ପୂଜାର୍ଚ୍ଚନା; ଦକ୍ଷିଣ ଭାରତର ରୀତିନୀତି ଅନୁସାରେ ତିରୁପତିର ପୂଜକ କରୁଛନ୍ତି ପୂଜା

108

କନକ ବ୍ୟୁରୋ: ସୂଦୁର ଆମେରିକାରେ ମଧ୍ୟ ମାଙ୍କ ଆରାଧନା କରାଯାଇଛି । ନ୍ୟୁୟର୍କରେ କରୋନା କଟକଣା ମଧ୍ୟରେ ମାଙ୍କ ପୂଜା କରାଯାଇଛି । ଏଠାରେ ପ୍ରତିବର୍ଷ ଦକ୍ଷିଣ ଭାରତର ରୀତନିିତି ଅନୁସାରେ ପୂଜା ହୋଇଥାଏ । ତିରୁପତି ବାଲାଜୀର ପୂଜକ ଆସି ମାଙ୍କ ପୂଜା କରିଥାନ୍ତି ।

ଧରାପୃଷ୍ଠରେ ଅବତରଣ କରିଛନ୍ତି ମହିସାମର୍ଦ୍ଦିନୀ । ମହାବେଦୀରେ ମହାମାୟାଙ୍କ ପୂଜା କରାଯାଇଛି । ଆଜି ପୀଠରେ ଦଶମୀ ପୂଜା କରାଯାଉଥିବା ବେଳେ ମଣ୍ଡପରେ ମୃଣମୟୀ ମୂର୍ତୀଙ୍କ ମହାନବମୀ ନୀତି ଅନୁଷ୍ଠିତ ହୋଇଛି । ତେବେ କରୋନା କଟକଣା ପାଇଁ ଫିକା ପଡିଛି ଚଳିତ ବର୍ଷର ଦୁର୍ଗାପୂଜା । ବିନା ଭକ୍ତରେ ପରଦା ପଛରେ ସଂପନ୍ନ ହେଉଛି ପୂଜା ନୀତି । ମଣ୍ଡପରେ ମାତ୍ର ୭ ଜଣ ରହିବା ବ୍ୟବସ୍ଥା ରହିଥିବାରୁ ଆୟୋଜନକ କମିଟିର ସମସ୍ତ ସଦସ୍ୟ ମଧ୍ୟ ମଣ୍ଡପ ପାଖରେ ରହି ପାରୁ ନାହାନ୍ତି ।

ଅନ୍ୟପଟେ କେତେକ ସ୍ଥାନରେ ଅନ୍ଲାଇନ୍ ମାଆଙ୍କ ଦର୍ଶନ ବ୍ୟବସ୍ଥା କରାଯାଇଛି । ତେବେ ମଣ୍ଡପରେ ମାଆଙ୍କ ଦର୍ଶନ ଓ ପୂଜାର୍ଚ୍ଚନାରୁ ବଂଚିତ ହେଉଛନ୍ତି ଶ୍ରଦ୍ଧାଳୁ । ଏହାର ଚିତ୍ର ଗତକାଲି ଦେଖିବାକୁ ମିଳିଥିବା ମହାଷ୍ଟମୀରେ ମାଆଙ୍କ ପୂଜାକରିବାକୁ ଆସିଥିବା ଭକ୍ତଙ୍କୁ ନିରାଶ ହୋଇ ଫେରିବାକୁ ପଡିଥିଲା । ଏପରିକି କିଛି ଭକ୍ତ ନିରାଶ ହୋଇ କାନ୍ଦି ପକାଇବା ଦେଖିବାକୁ ମିଳିଥିଲା ।