ପରଦା ପଛରେ ମା’ଙ୍କ ପୂଜା । ମଣ୍ଡପରେ ଷଷ୍ଠୀ ପୂଜା ପାଇଁ ମଣ୍ଡପରେ ପଡ଼ିଲା ପରଦା, ପରଦା ଆଢ଼ୁଆଳରେ ହେବ ଜଗତଜନନୀଙ୍କ ପୂଜା । କୋଭିଡ୍ ଯୋଗୁଁ ଶ୍ରଦ୍ଧାଳୁ କରିପାରିବେ ନାହିଁ ଦର୍ଶନ ।

Advertisment
ଆଜି ମହାମାୟାଙ୍କ ନବମୀ ପୂଜା । ମଣ୍ଡପରେ ଚାଲିଛି ପୂଜାର୍ଚ୍ଚନା, କଡା କଟକଣା ଭିତରେ ଓଡ଼ିଶାରେ ଫିକା ପଡିଲା ଦୁର୍ଗା ପୂଜା ।

କନକ ବ୍ୟୁରୋ : ଆସନ୍ତାକାଲିଠାରୁ ଆରମ୍ଭ ହେବ ମା’ଙ୍କ ଷଷ୍ଠୀ ପୂଜା । ହେଲେ ଚଳିତବର୍ଷର ପୂଜାକୁ ଦେଖିପାରିବେନି ସାଧାରଣ ଲୋକ । ମହାମାରୀ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ସରକାରଙ୍କ ପକ୍ଷରୁ ଜାରି କରାଯାଇଥିବା କଟକଣା ଅନୁସାରେ କଟକ, ଭୁବନେଶ୍ୱରରେ ମା’ଙ୍କ ମୂର୍ତ୍ତି ଆଗରେ ପଡିବ ପରଦା । ଆଉ ପରଦା ପଛରେ ପୂଜା ପାଇବେ ଜଗତଜନନୀ ମା’ ଦୁର୍ଗା । ଯାହାକି ଆଗରୁ କେବେ ଦେଖିବାକୁ ମିଳିନଥିଲା ।

publive-imageସମସ୍ତେ ଅପେକ୍ଷା କରିଥାନ୍ତିି ଧୂମଧାମରେ ମା’ଙ୍କ ପୂଜା କରିବେ । କିନ୍ତୁ ଏଥର ପୂଜା କେମିତି ହେବ ଝାରପଡାର ଏହି ପୂଜା ପେଣ୍ଡାଲରୁ ଆପଣ ଅନୁମାନ କରିପାରିବେ । ମାଙ୍କ ମୂର୍ତ୍ତି ଆଗରେ ପରଦା ପଡିବ । ସାଧାରଣ ଲୋକଙ୍କ ପାଇଁ ଦର୍ଶନ ଆଉ ବୋଧହୁଏ ସମ୍ଭବ ହେବ ନାହିଁ । ପୂଜାରେ ଏମିତି ପରିସ୍ଥିତି ବୋଧହୁଏ ଆପଣ ଜୀବନ କାଳ ଭିତରେ କେବେ ଦେଖି ନଥିବେ ।

publive-imageକଟକ ଚୌଧୁରୀ ବଜାର ପୂଜା ମଣ୍ଡପ
ଏହି ପରଦା ପଛରେ ମାଆଙ୍କର ପୂଜା ହେବ । ଆଗରେ ପରଦା ପଡିବ । କରୋନା ସଂକ୍ରମଣ ଭୟରେ ପ୍ରଶାସନ ଯେତେବେଳେ କଟକଣା ଜାରି କରୁଥିଲା ବୋଧ ହୁଏ ଏହି ଚିତ୍ର ସେତେ ଆକଳନ କରାଯାଇ ପାରିନଥିଲା । ଏବେ ପୂଜା ଆସିଲାଣି ଆଉ ଅନୁଭବ ହେଲାଣି ଯେ ବାହାରୁ ପରଦା ହିଁ ଦେଖିବାକୁ ମିଳିଛି ।

publive-imageନୟାପଲ୍ଲୀ ପୂଜା ମଣ୍ଡପ
ଭୁବନେଶ୍ୱରରେ ଯଦି ଆପଣ ପୂଜା ଦେଖିବାକୁ ଆସନ୍ତି ତେବେ ନୟାପଲ୍ଲୀ ପୂଜା ଦେଖିବାକୁ କେହି ଭୁଲନ୍ତି ନାହିଁ । କିନ୍ତୁ ଏଥର ଦେଖନ୍ତୁ ନୟାପଲ୍ଲୀ ପୂଜା ପେଣ୍ଡାଲ ଆଗରେ ଏଭଳି ପରଦା ରହିବ । ଆଉ ଏହି ପରଦା ପଛରେ ଦେବୀଙ୍କ ପୂଜା କରାଯିବ । କରୋନା ଏଭଳି ଏକ ମୁହୂର୍ତ୍ତ ଆଣିବ ବୋଧ ହୁଏ ଏହା କେହି ଭାବି ନଥିବେ, ଯେତେବେଳେ ଦେବୀଙ୍କ ଦର୍ଶନ ବି ହୋଇପାରିବ ନାହିଁ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe