ଧରାବତରଣ କରିଛନ୍ତି ମା’ । ଭୁପୃଷ୍ଠରେ ମା’ ମହାମାୟାଙ୍କ ଉପାସନା ଜୋରସୋରରେ ଚାଲିଛି । ଚାରିଆଡେ ଭକ୍ତିିମୟ ପରିବେଶ ସାଙ୍ଗକୁ ଘଣ୍ଟନାଦ ଏବଂ ହୁଳହୁଳିରେ ପଡୁଛି ଉଠୁଛି ସହର-ବଜାର । ମା’ଙ୍କ ଆରାଧନା ନିମଗ୍ନ ଭକ୍ତ । କେଉଁଠି ଡାଣ୍ଡିଆ ଏବଂ ଗରବାର ଧୁନ୍ ରେ ଖୁବ୍ ନାଚୁଛନ୍ତି ଭକ୍ତ । ତେବେ ଦୂର୍ଗାପୂଜା ପାଇଁ ପ୍ରସିଦ୍ଧ ସହର କଲିକତାରେ ଦଶହରାର ମଜା ହିଁ ନିଆରା । ଏଠାରେ ୯ ଦିନ ବ୍ୟାପି ଧୁମଧାମରେ ଦଶହରା ପାଳନ କରାଯାଏ । ସିନ୍ଦୁର ଖେଳି କଲିକତା ବାସୀ ନିଜକୁ ଦଶହରାର ଶୁଭକାମନା ଦେଇଥାନ୍ତି । ଆଖିପାଉନଥିବା ତୋରଣ ସାଙ୍ଗକୁ ମା’ଙ୍କ ଆକର୍ଷଣୀୟ ମୂର୍ତ୍ତୀ ହେଉଛି କଲିକତାର ମୁଖ୍ୟ ଆକର୍ଷଣ । ତେବେ ଆସନ୍ତୁ କଲିକତାର ଏଭଳି କିଛି ଦୂର୍ଗା ମୂର୍ତ୍ତୀ ଉପରେ ନଜର ପକାଇବା ।

Advertisment
publive-imagepublive-imagepublive-imagepublive-imagepublive-imagepublive-imagepublive-imagepublive-imagepublive-imagepublive-imagepublive-imagepublive-imagepublive-imagepublive-image