କନକ ବ୍ୟୁରୋ: ଭୁବନେଶ୍ୱରରେ ହେବ ନିରାଡମ୍ବର ପୂର୍ଣ୍ଣ ଦୁର୍ଗା ପୂଜା । ମହାମାରୀ କରୋନା ଯୋଗୁଁ ଏଥର କଟକଣା ଯୁକ୍ତି ପୂଜା ପାଇଁ ନିଷ୍ପତି ହୋଇଛି । ବିନା ତୋରଣ ଓ ବିନା ସାଜସଜାରେ କେବଳ ମଣ୍ଡପରେ ମାଆ ଦୁର୍ଗତୀନାସିନ ଦୁର୍ଗାଙ୍କ ପୂଜା କରାଯିବ । ମଣ୍ଡପରେ ୧୦ରୁ ଅଧିକ ପୂଜା କମିଟି ସଦସ୍ୟ ସାମିଲ ହୋଇ ପାରିବେ ନାହିଁ । କି ଭକ୍ତମାନେ ମାଆଙ୍କୁ ପୂଜା କରିବା ପାଇଁ ମଣ୍ଡପକୁ ଆସି ପାରିବେ ନାହିଁ ଭକ୍ତ ।
ଏନେଇ ପୁଲିସ କମିଶନର ସୁଧାଂଶୁ ଷଡଙ୍ଗୀ ସୂଚନା ଦେଇଛନ୍ତି । ଏହାସହ ଚଳିତ ବର୍ଷ ରାବଣ ପୋଡି ହେବ ନାହିଁ । କି ଆଡମ୍ବର ପୂର୍ଣ୍ଣ ଭସାଣୀ ଉତ୍ସବ କରାଯିବ ନାହିଁ । ପୂଜା କମିଟି ସଦସ୍ୟ ମାନେ ଚାନ୍ଦା ଆଦାୟ କରି ପାରିବେ ନାହିଁ । ଯାହା ଇଚ୍ଛି ଯେତିକି ହେବ ସେ ସେତିକି ଦେବେ । ବେଶ ବଡ ମୂର୍ତି ତିଆରି କରାଯିବ । ନାହିଁ ୪ରୁ ୫ ଫୁଟ ଉଚ୍ଚର ମୂର୍ତି ତିଆରି କରି ପୂଜା କରାଯିବ । ଆଜି ଭୁବନେଶ୍ୱର ପୂଜା କମିଟି ଓ କମିଶନରେଟ୍ ପୁଲିସ ବୈଠକରେ ଏହି ନିଷ୍ପତି ନିଆଯାଇଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2020/08/22-27.jpg)