ପାର୍ବଣରେ ସଂକ୍ରମଣ ଓ ମୂର୍ତ୍ତି ବିବାଦ : ସ୍ୱାସ୍ଥ୍ୟ ନିର୍ଦ୍ଦେଶକ କହିଲେ, ପ୍ରଥମେ ଶରୀର ଓ ପରେ ଧର୍ମ ପାଳନ

66

କନକ ବ୍ୟୁରୋ : ପାର୍ବଣରେ ସଂକ୍ରମଣ ଓ ମୂର୍ତ୍ତି ବାବଦକୁ ନେଇ ସ୍ୱାସ୍ଥ୍ୟବିଭାଗ ପ୍ରେସମିଟ କରିଛି । ବିଭାଗ ପକ୍ଷରୁ କୁହାଯାଇଛି ଯଦିଓ ସଂକ୍ରମଣ କମିଛି ତଥାପି ସ୍ଥିତି ସଂପୂର୍ଣ୍ଣ ନିୟନ୍ତ୍ରଣକୁ ଆସିନାହିଁ ।  ଆଗକୁ ପାର୍ବଣ ଋତୁ ରହିଛି ।  ତେଣୁ ଭୁଲକରି ସଂକ୍ରମଣ ବଢାଇବା ନାହିଁ ବୋଲି ପରାମର୍ଶ ଦେଇଛନ୍ତି ସ୍ୱାସ୍ଥ୍ୟ ବିଭାଗ ।

ସ୍ୱାସ୍ଥ୍ୟ ନିର୍ଦ୍ଦେଶକ କହିଛନ୍ତି,  ମୂର୍ତ୍ତି ଉଚ୍ଚତା ସହ  ସଂକ୍ରମଣରେ କୌଣସି ସମ୍ପର୍କ ନାହିଁ । କିନ୍ତୁ ଭିଡ ବଢିଲେ  ସଂକ୍ରମଣ ବଢିବାର ସମ୍ଭାବନା ଅଧିକା ରହିଛି । ପ୍ରଥମେ ଶରୀରକୁ ଦେଖିବା ପରେ ଧର୍ମ ପାଳନ କରିବା ।  ଡିଏମଇଟି କହିଛନ୍ତି, ମୂର୍ତ୍ତି ଉଚ୍ଚତା ପରୋକ୍ଷରେ ସଂକ୍ରମଣ ବଢାଇବ । ମହାରାଷ୍ଟ୍ର ଗଣେଶ ପୂଜାରେ ମୂର୍ତ୍ତିର ଉଚ୍ଚତା କମାଇଛି ।  ଜଣେ ସଂକ୍ରମିତ ହେଲେ ଅନେକ ଲୋକ ସଂକ୍ରମିତ ହେବେ  ।

ସେହିଭଳି ଜନ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର କହିଛନ୍ତି, ଯଦିଓ ସଂକ୍ରମଣ କମିଛି ତଥାପି ସ୍ଥିତି ସମ୍ପୂର୍ଣ୍ଣ ନିୟନ୍ତ୍ରଣକୁ ଆସିନାହିଁ । କିଛି ରାଜ୍ୟରେ ସଂକ୍ରମଣ ଏବେ ବି ଅଧିକ ରହିଛି । ପୂର୍ବ ଥର ମଧ୍ୟ କିଛି ରାଜ୍ୟରେ ସଂକ୍ରମଣ ବଢି ଚାରି ଆଡକୁ ବ୍ୟାପି ଯାଇଥିଲା । ଆଗକୁ ପାର୍ବଣ ଋତୁ ରହିଛି। ତେଣୁ ଆମେ ଏମିତି ଭୁଲ୍ କରିବା ନାହିଁ ଯାହାଦ୍ୱାରା ସଂକ୍ରମଣ ପୁଣି ବଢ଼ିବ । ତେଣୁ କଟକଣା ମାନନ୍ତୁ। ପ୍ରଥମେ ଶରୀରକୁ ଦେଖନ୍ତୁ ପରେ ଧର୍ମ ପାଳନ କରିବା ।

ଏଣେ ଡିଏମଇଟି ଡାକ୍ତର ସିବିକେ ମହାନ୍ତି କହିଛନ୍ତି, ମୂର୍ତ୍ତି ଉଚ୍ଚତା ପରୋକ୍ଷରେ ସଂକ୍ରମଣ ବଢାଇବ । ମୂର୍ତ୍ତି ଉଚ୍ଚ ହେଲେ ଅନ୍ୟାନ୍ୟ ଜିନିଷ ବି ବଢ଼ିବ। ମହାରାଷ୍ଟ୍ରରେ ମଧ୍ୟ ଗଣେଶ ପୂଜାରେ ଗଣେଶଙ୍କ ମୂର୍ତ୍ତିର ଉଚ୍ଚତା କମାଯାଇଛି । ଓନମ ପର୍ବ ଦ୍ୱାରା କେରଳରେ ସ୍ଥିତି କଣ ହେଲା ସମସ୍ତେ ଜାଣନ୍ତି । ମୂର୍ତ୍ତିର ଉଚ୍ଚତା ୨ କି ୪ ଫୁଟ ହେଉ ପଛେ ଆମର ଭକ୍ତି ରହୁ । ଜଣେ ସଂକ୍ରମିତ ହେଲେ ଅନେକ ଲୋକ ସଂକ୍ରମିତ ହେବେ ।