କନକ ବ୍ୟୁରୋ: କରୋନା କାଳରେ ନବରାତ୍ରୀ । ହେଲେ ଏଥର ଫିକା ପଡିଛି ଦଶହରା ପୂଜା । ବିନା ଭକ୍ତରେ କରୋନା କଟକଣା ଭିତରେ ଏଥର ସଂପନ୍ନ ହେଉଛି ପୂଜା ନୀତି । ଆଜି ପୀଠରେ ନବମୀ ନୀତି ଚାଲିଛି, ମଣ୍ଡପ ଗୁଡିକରେ ଅଷ୍ଟମୀ ରୀତିନୀତିରେ ମାଆଙ୍କ ପୂଜାର୍ଚନା କରାଯାଉଛି । ହେଲେ ପ୍ରତିବର୍ଷ ପରି ମହାମାୟୀଙ୍କ ମହାଷ୍ଟମୀରେ ସେଭଳି ଶ୍ରଦ୍ଧାଳୁଙ୍କ ସମାଗମ ନାହିଁ । ସମସ୍ତ ପୂଜା ମଣ୍ଡପ ଗୁଡିକ ମହାଷ୍ଟମୀରେ ଖାଁ ଖାଁ ଲାଗୁଛି । ପୂଜା ମଣ୍ଡପ ଆଗରେ ପରଦା ପକାଇ, ପୁରା ପୂଜା ପେଣ୍ଡାଲକୁ ଆବଦ୍ଧ କରି ସୀମିତ ସଂଖ୍ୟକ ପୂଜକଙ୍କୁ ନେଇ ଚାଲିଛି ପୂଜାର୍ଚନା ।
ଅଷ୍ଟମୀରେ ପୂଜା ମଣ୍ଡପରେ ମହିଳାମାନେ ଶାଢ଼ି ପୂଜା କରିବାର ବିଧି ରହିଛି। ତେବେ ବିପୁଳ ସମାଗମକୁ ଦୃଷ୍ଟିରେ ରଖି ଏହାକୁ ଏଡ଼ାଇବା ପାଇଁ ଯଥା ସମ୍ଭବ ଚେଷ୍ଟା କରାଯାଇଛି। ମାତ୍ର କିଛି ପୂଜା ମଣ୍ଡପରେ ଏନେଇ ସ୍ବତନ୍ତ୍ର ବ୍ୟବସ୍ଥା ହୋଇଛି। କିଛି ପୂଜା ମଣ୍ଡପରେ ମହିଳାମାନଙ୍କ ଘରୁ ଯାଇ ଶାଢ଼ି ଓ ଶଙ୍ଖା ଆଣି ସେମାନଙ୍କ ଘରେ ପହଞ୍ଚାଯିବ। ସେହିପରି ଆଉ କିଛି ପୂଜା ମଣ୍ଡପରେ ସ୍ବତନ୍ତ୍ର ଷ୍ଟଲ୍ରେ ଶାଢ଼ି ଓ ଶଙ୍ଖା ଦେଇ ଯିବା ପରେ ସେସବୁକୁ ପୂଜା କରି ଫେରାଇବାର ବନ୍ଦୋବସ୍ତ କରାଯାଇଛି। ଅଧିକାଂଶ ପୂଜା ମଣ୍ଡପ ପକ୍ଷରୁ ଅଷ୍ଟମୀରେ ପ୍ରସାଦ ସେବନର ବ୍ୟବସ୍ଥା କରାଯାଉଥିଲେ ହେଁ ଏଥର ଘରେ ନେଇ ଶୁଖିଲା ପ୍ରସାଦ ପହଞ୍ଚାଯିବାର ବ୍ୟବସ୍ଥା ହୋଇଛି।
ଅନ୍ଲାଇନ୍ରେ ପୂଜା ଦେଖିଲେ
ପରଦା ପଛରେ ପୂଜା ହେଉଥିବାରୁ ମା’ଙ୍କୁ ଦର୍ଶନର ଅବକାଶ ନଥିଲା। ତେବେ ଏହି ନୈରାଶ୍ୟ ମଧ୍ୟରେ ଭକ୍ତଙ୍କୁ ଦର୍ଶନର ସୁଯୋଗ ଆଣି ଦେଇଥିଲେ କିଛି ପ୍ରମୁଖ ପୂଜା ମଣ୍ଡପ। ଏନେଇ କିଛି ପୂଜା ମଣ୍ଡପ ପକ୍ଷରୁ ଫେସ୍ବୁକ୍ ପୃଷ୍ଠା ଓ ୟୁ-ଟ୍ୟୁବ୍ ଚ୍ୟାନେଲ୍ରେ ସିଧା ପ୍ରସାରଣ କରାଯାଇଥିଲା। ସ୍ଥାନୀୟ ଅଞ୍ଚଳବାସୀ ନିଜ ଅଞ୍ଚଳର ମା’ଙ୍କୁ ଦେଖିବା ଲାଗି ଉତ୍ସୁକ ହୋଇ ଅପେକ୍ଷା କରୁଥିବା ବେଳେ ପୂଜା ମଣ୍ଡପର ଏହି ଆୟୋଜନ କିଛିଟା ଆଶ୍ବସ୍ତି ଆଣିଛି।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2020/10/devi3-750x430.jpg)
/kanak/media/post_attachments/wp-content/uploads/2020/10/Screen-Shot-2020-10-22-at-10.16.24-AM.png)