ଆମେ ପିଲାବେଳୁ ଜାଣିଆସିଛୁ ଯେ ପାଣି ଏବଂ ଖାଦ୍ୟରେ ଅପରିଷ୍କାର କିମ୍ବା ଅସ୍ୱଚ୍ଛ ହେଲେ ଏହା ଦେହକୁ ହିତ ଆଣିବା ପରିବର୍ତ୍ତେ ଦେହ ଅଧିକ ଖରାପ ହୋଇଯାଏ । ତେବେ ଆଜିକାଲି ତ ପ୍ରତ୍ୟେକଙ୍କ ଘରେ ଗୋଟିଏ ଗୋଟିଏ ୱାଟର ପ୍ୟୁରିଫାୟାର୍ ଲାଗୁଛି । ଉଦେ୍ଧଶ୍ୟ କେବଳ ଗୋଟିଏ , ପରିବାରର ପ୍ରତ୍ୟେକ ସଦସ୍ୟଙ୍କ ଦେହର ଯତ୍ନ ନେବା । କିନ୍ତୁ ଆପଣ ଜାଣିଛନ୍ତି ଯେ ବଜାରରେ ଏବେ କେବଳ ଅସଲି ନାମରେ ନକଲିର ଅଧିକ ପ୍ରଚଳନ ହେଉଛି ଏବଂ ଏହି ଦୌଡରେ ଏବେ ୱାଟର ପ୍ୟୁରିଫାୟାର୍ ମଧ୍ୟ ସାମିଲ ହୋଇଯାଇଛି । ଯାହାକୁ ଆପଣ ଶୁଦ୍ଧ ପାଣି ବୋଲି ଭାବି ପିଉଛନ୍ତି ତାହା ଶୁଦ୍ଧ ବଦଳରେ କେବଳ ରୋଗକୁ ନିମନ୍ତ୍ରଣ କରୁଛି । କିନ୍ତୁ ଆପଣଙ୍କୁ କହିରଖୁଛୁ ସବୁ ପ୍ୟୁରିଫାୟାର୍ ଏଭଳି ନୁହଁ ।
ହ୍ୱାଟ୍ସଆପରେ ଏବେ ଏକ ଭିଡିଓ ଭାଇରାଲ୍ ହେଉଛି ଯେଉଁଥିରେ ୱାଟର ପ୍ୟୁରିଫାୟାର୍ ରେ ବ୍ୟବହାର କରାଯାଉଥିôବା ନକଲି ମେମ୍ବର୍ଣ୍ଣରେ କୁହାଯାଉଛି । ଏହି ମେମ୍ବର୍ଣ୍ଣକୁ ଯେତେବେଳେ ଭାଙ୍ଗି ଦିଆଗଲା ସେଥିରେ ବ୍ଲେଡ୍ କଲରର ଏକ କଟାଯାଇଥିବା କପଡା ଭଳି କିଛି ବାହାରିଲା । ଯଦି ଏଥିରେ ଫିଲ୍ଟର କରାଯାଇଥିବା ପାଣି ପିଆଯାଇଥାନ୍ତା ତେବେ ଗମ୍ଭୀର ରୋଗରୁ କାହାରିକୁ ବଞ୍ଚାଯାଇପାରିନଥାନ୍ତା । ବଜାରକୁ ଏବେ ଏଭଳି ଛୋଟମୋଟ କେତେ କମ୍ପାନୀ ଆସିଲାଣି ଯେଉଁଠି ବ୍ରାଣ୍ଡେଡ୍ କମ୍ପାନୀ ଠାରୁ କମ୍ ଦରରେ ୱାଟର ପ୍ୟୁରିଫାୟାର୍ ମିଳିଯାଉଛି । କିଛି ସ୍ଥାନରେ ନକଲି ୱାଟର ପ୍ୟୁରିଫାୟାର୍ ଧରିବା ଭଳି ଘଟଣା ସାମ୍ନାକୁ ଆସିଲାଣି ।
ୱାଟର ପ୍ୟୁରିଫାୟାର୍ ବିକ୍ରିି କରୁଥିବା ମେକ୍ସକୁଲ୍ କମ୍ପାନୀର ମାଲିକ ଅନର୍ ମାଙ୍ଗିଲାଲ୍ ବର୍ମାଙ୍କ କହିବାନୁସାର ମେମ୍ବ୍ରନ୍ ଭିତରେ ୦.୫ ମାଇକ୍ରୋନ୍ ହୋଲ୍ ର ଏକ ଜାଲି ଥାଏ । ଏହି ହୋଲ୍ ଏତେ ଛୋଟ ହୋଇଥାଏ ଯେ ଖାଲି ଆଖିରେ ଏହା ଦେଖାଯାଏ ନାହିଁ । ଯେତେବେଳେ ପାଣି ପ୍ରଥମେ ଫିଲ୍ଟରରୁ ହୋଇ ମେମ୍ବ୍ରନ୍ ରେ ପହଞ୍ଚେ ତେବେ ଏହି ଜାଲି ଫିଲ୍ଟର କରି ପାଣି ପହଞ୍ଚାଇଥାଏ ଏବଂ ଦୂଷିତ ପାଣିକୁ ବାହାର କରିଥାଏ । ତେବେ ଏହା ଅସଲି କି ନାହିଁ ସେଥିରେ ଲାଗିଥିବା ଟିଡିଏସ୍ ଲେବଲ୍ ରୁ ଜଣାପଡିଥାଏ । ପାଣି ଫିଲ୍ଟର ହେବା ପରେ ଏହାର ଟିଡିଏସ୍ ୧୦୦ ରୁ ୫୦ ଭିତରେ ରହିଥାଏ । କିଛି ଲୋକ ଏହାକୁ ୧୦ ରୁ ୧୫ ଭିତରେ ମଧ୍ୟ କରିଥାନ୍ତି । ଯଦି ଏଭଳି ସ୍ଥିତିରେ ପାଣିର ଟିଡିଏସ୍ କମ୍ ହୁଏ ନାହିଁ ତେବେ ଏହା ଫିଲ୍ଟର ହିଁ ନୁହଁ । ତେବେ ଟିଡିଏସ୍ ଚେକ୍ କରିବାର ମିଟର ୨୦୦ ଟଙ୍କାରୁ ମଧ୍ୟ କମ୍ ଆସିଥାଏ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/12/05/2024-12-05t085615664z-9834a11b-9015-4cfe-ae63-b20008d51374.jpg)
/kanak/media/post_attachments/wp-content/uploads/2019/01/WATER.jpg)
/kanak/media/post_attachments/wp-content/uploads/2019/01/hqdefault-2-300x225.jpg)
/kanak/media/post_attachments/wp-content/uploads/2019/01/RO-WATER-PURIFIER-SPARE-PART-PRICE-IN-DELHI-NOIDA-GURGAON-20150429162851-300x225.jpg)